ବିଶ୍ୱ ସାଇକ୍ଲିଂ ଶୋଭାଯାତ୍ରା
କଟକ : ଜୁନ-୩ ବିଶ୍ୱ ସାଇକ୍ଲିଂ ଦିବସକୁ ନେଇ ସୋମବାର ଓଡିଶା ସାଇକ୍ଲିଂ ଆସୋସିଏସନ ପକ୍ଷରୁ ବିଶାଳ ସାଇକ୍ଲିଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାଇକ୍ଲିଂ ଆସୋସିଏସନର ସମ୍ପାଦକ ତଥା ସାଇକ୍ଲିଂ ଫେଡରେସନର କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଇକ୍ଲିଂ ରାଲିରେ ମୁଖ୍ୟ ଅତିଥି ଭାବେ କଟକ ମେୟର ସୁବାଷ ସିଂ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାରତୀୟ କ୍ରୀଡା ପ୍ରାଧିକରଣ ଓଡିଶାର ପ୍ରଭାରୀ ତ୍ରୈଳିକନାଥ ସାହୁ ଏବଂ ରାଜ୍ୟ ସାଇକ୍ଳିଂ ସଂଘର କୋଷାଧ୍ୟକ୍ଷ ସୁଜୀତ ରାଉତ ପ୍ରମୁଖ ଯୋଗଦେଇ ସାଇକ୍ଲିଷ୍ଟ ମାନଙ୍କୁ ଉତ୍ସାହିତ କରିବା ସହ ସାଇକ୍ଲିଂ କ୍ରିଡାର ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଂଘ ପକ୍ଷରୁ ସୌଭାଗ୍ୟ ପଟ୍ଟନାୟକ, ଶେଖ୍ ସଲ୍ଲାଉଦ୍ଧିନ, ବିଭୁତିଭୂଷଣ ଦାସ, ଅକ୍ଷୟ କୁମାର ବେହେରା, ମହମ୍ମଦ ନିୟାଜ, ତୃପ୍ତୀ ମଣ୍ଡଳ, ତୃପ୍ତି ଦାସ, ସମ୍ବିତ ମହାନ୍ତି, ଅନୀଲ ମଲ୍ଲିକ, ଦିଲ୍ଲୀପ ନାଟିଆଙ୍କ ସମେତ ବହୁ କ୍ରୀଡାବିତ ଯୋଗଦେଇଥିଲେ ।