ବାଲିଯାତ୍ରା ପଡିଆ ପରିଦର୍ଶନ କଲେ ଜିଲ୍ଲାପାଳ

ାା ପ୍ରଭାନୁ୍ୟଜ୍ାା କଟକ: ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରଟ୍ ଦତ୍ତାତ୍ରୟ ଭାଉସାହେବ ଶିନେ୍ଦ ବଶିଷ୍ଠ ଅଧିକାରୀମାନଙ୍କ ସହ ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆ ପରିଦର୍ଶନ କରିଥିଲେ । ଚଳିତ ବର୍ଷ ବାଲିଯାତ୍ରା କଟକ ଉସôବର ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟୟରେ ପହଞ୍ଚିଥିବା ବେଳେ,ଜିଲ୍ଲା ପ୍ରଶାସନ ଉଭୟ ପୋଲିସ ଓ ମହାନଗର  ନିଗମ ସହ ସମନ୍ୱୟ ରକ୍ଷା ପୂର୍ବକ ସମସ୍ତ  ନିୟମାବଳୀ ଅବଲୋମ୍ବନ କରି ଶୃଙ୍ଖଳାର ସହ ଏହି ଉସôବ ୮ଦିନ ଧରି ଅୟୋଜନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ପୂର୍ବକ ସମସ୍ତ କାର୍ଯ୍ୟ ୧୩ତାରିଖ ସୁଦ୍ଧା ଶେଷ କରାଯିବା ନେÿଇ ସେ ଗୁରୁତ୍ୱାରୋପ କରିଥିଲେ । ବାଲିଯାତ୍ରା କଟକ ବାସୀଙ୍କର ଭାବାବେଗ ସହ, ବ୍ୟବସାୟ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ବର୍ଷ ନିମନ୍ତେ ଆର୍ଥିକ ଆୟ ତଥା ପାରମ୍ପାରିକ ସ୍ୱାଭିମାନ ବଜାୟ ରଖିବା ନିମନ୍ତେ ପ୍ରଶାସନିକ ସ୍ତରରେ ସମସ୍ତ ନିୟମ ଅନୁପାଳନ କରି ପଦକ୍ଷେପ ଗ୍ରହଣ କରାଯିବ । ଟ୍ରାଫିକ କଟକଣା ସହ ଭିଡ ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ସ୍ୱରୂପ ଉପର ଓ ତଳ ବାଲିଯାତ୍ରା ପଡିଆ ମଧ୍ୟରେ ସଂଯୋଗ ନିମନ୍ତେ ଆଉ ଦୁଇଟି ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ସମ୍ପୃକ୍ତ ଅଧିକାରୀ ଓ ଯନ୍ତ୍ରୀ ସହ ଆଲୋଚନା ପରେ ଦୁଇଟି ଜାଗା ଚିହ୍ନଟ କରି ପୂର୍ତ୍ତ ବିଭାଗକୁ ରାସ୍ତା ନିର୍ମାଣ ନିମନ୍ତେ ପୂର୍ତ୍ତ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ପ୍ରକାଶ ଥାଉକି ବାଲିଯାତ୍ରା ସମୟରେ ରାସ୍ତା କଡ ଫୁଟପାଥମାନଙ୍କରେ  ଉଠାଦୋକାନୀ ମାନଙ୍କ ବ୍ୟବସାୟ ନିମନ୍ତେ ଜିଲ୍ଲାପାଳଙ୍କ ନିଷେଧାଦେଶ ରହିଛି । କିନ୍ତୁ ସେମାନଙ୍କ ଜୀବନ ଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ତଳ ବାଲିଯାତ୍ରା ପଡିଆରେ ସେମାନଙ୍କୁ ବ୍ୟବସାୟ ଉପଯୋଗୀ ନିର୍ଦ୍ଧିଷ୍ଟ ସ୍ଥାନ ପ୍ରଦାନ କରାଯିବ । ଏଥି ନିମନ୍ତେ ଉପଜିଲ୍ଲାପାଳ କଟକ ସଦରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି  । ବାଲିଯାତ୍ରା ସମୟରେ ବିଶେଷକରି ଗାଡି ଚଳାଚଳ ଏବଂ ଚଲାପଥକୁ ଅବରୋଧମୁକ୍ତ କରିବା, ଶୃଙ୍ଖଳିତ ଆଇନ ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ସହ ସଫେଇ ଆଦି ନିମନ୍ତେ ଜିଲ୍ଲା ପ୍ରଶାସନ,ପୋଲିସ୍ ପ୍ରଶାସନ ଏବଂ ମହାନଗର ନିଗମର ଅଧିକାରୀ ଓ ଯନ୍ତ୍ରୀ ମାନେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଉଭୟ ପଡିଆର ସମସ୍ତ ଜାଗା,ବୋଟ କ୍ଲବ, ସବୁଜ କରିଡ଼ର ଅଞ୍ଚଳ ଆଦି ପରିଦର୍ଶନ କରି ଜିଲ୍ଲାପାଳ କହିଥିଲେ । ଏଥି ସହ ଆବଶ୍ୟକ ଜରୁରୀ ସେବା ଓ ରୋଗୀସେବା  ନିମନ୍ତେ ଆମ୍ବୁଲାନ୍ସ ବ୍ୟବହାର ପାଇଁ ସବୁଜ କରିଡ଼ର ପାର୍ଶ୍ୱ ଦେଇ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ  କରାଯିବା ନେଇ ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଥିଲେ ।ଆରକ୍ଷୀ ଉପାଆୟୁକ୍ତ,କଟକ ଜଗମୋହନ ମୀନା, ଆୟୁକ୍ତ,କଟକ ମହାନଗର ନିଗମ, ଅନାମ ଚରଣ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶିବ ଟୋପୋ, ଡଃ ଦିବ୍ୟଲୋଚନ ମୋହାନ୍ତ, ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ  ସୁବାସ ଚନ୍ଦ୍ର ରାୟଙ୍କ ସମେତ ସଦର ଓ ବାଙ୍କୀ ଉପଜିଲ୍ଲାପାଳ, ଟିପିସିଓଡିଏଲ , ୱାଟକୋ,ପୂର୍ତ୍ତ, ଜନସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଯନ୍ତ୍ରୀ ତଥା ସମ୍ପୃକ୍ତ ମହାନଗର ନିଗମ, ପୋଲିସ ,ଅଗ୍ନିଶମ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।