ଶିକ୍ଷାଅଧିକାର ଓ ବାଧ୍ୟତାମୂଳକ  : ଶିକ୍ଷା ସଚେତନତା ଶିବିର 

 ରାଜକନିକା : ରାଜକନିକା ଏସ୍ଏନ୍ କଲେଜରେ ଆଳି ତାଲୁକ ଆଇନ ସେବା ସମିତି ପକ୍ଷରୁ ପକସୋ ଆକ୍ଟ-୨୦୧୨(ଗ), ଶିକ୍ଷାଅଧିକାର ଓ ବାଧ୍ୟତାମୂଳକ ଶିକ୍ଷାର ସଚେତନତା ଶିବିର ଆଇନୀଜୀବୀ ମୃତ୍ତୁ୍ୟଞ୍ଜୟ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି । ଏହି ଅବସରରେରେ ମୁଖ୍ୟ ବକ୍ତା ଆଳି କୋଟ ବିଚାରପତି ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଦେବାନ ସତ୍ୟଦର୍ଶୀ ନନ୍ଦ ଯୋଗଦେଇ ଉପୋରକ୍ତ ଆଇନର ବିଭିନ୍ନ ଦିଗ ବିଷୟରେ ଛାତ୍ରଛାତ୍ରୀଙ୍କୁ ବକ୍ତବ୍ୟ ଦେଇଥିଲେ । ଏସ୍ଏନ୍ କଲେଜ ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପଣ୍ଡା ସ୍ୱଗତ ଭାଷଣ ସହିତ ବିଚାରପତିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଶିବିରରେ ଆଇନଜୀବୀ ଶରତ ଚନ୍ଦ୍ର ମହାନ୍ତି, ବସନ୍ତ ନାୟକ, ଅକ୍ଷୟ ମଲ୍ଲିକ, ଚକ୍ରଧର ମହାପାତ୍ର ପ୍ରମୁଖ ଆଇନର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ । ଇଂରାଜୀ ବିଭାଗର ମୁଖ୍ୟ ପ୍ରଫେସର ଡ. ସଂଜୀବ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ରସାୟନିକ ବିଜ୍ଞାନ ବିଭାଗ ପ୍ରଫେସର ଡ. ଅଜୟ କୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ । ଆଇନଜୀବୀ ପ୍ରମୋଦ ସ୍ୱାଇଁ ପରିଚାଳନା କରିଥିଲେ ।