ବିଷାକ୍ତ ଛତୁ ଖାଇ ୪ ଅସୁସ୍ଥ
ସୁକିନ୍ଦା : ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ଚାରିଜଣ ଅସୁସ୍ଥ ଅବସ୍ଥାରେ ସୁକିନ୍ଦା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥ ସୁକିନ୍ଦା ବ୍ଲକ ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ କଣ୍ଟାପାଳ ଗ୍ରାମ ପ୍ରତାପ ମହାନ୍ତଙ୍କ ମା’ ପ୍ରମିଳା ମହାନ୍ତ(୬୫) ଓ ତାଙ୍କ ତିନି ପୁଅ ଶୁଭ ପ୍ରକାଶ ମହାନ୍ତ(୧୯), ଓମ୍ ପ୍ରକାଶ ମହାନ୍ତ(୧୪) ସତ୍ୟପ୍ରକାଶ ମହାନ୍ତ(୯) ହୋଇଥିବାବେଳେ ଗତକାଲି ରାତିରେ ଖାଦ୍ୟରେ ସେମାନେ ଛତୁ ଖାଇଥିଲେ । ବିଳମ୍ବିତ ରାତିରେ ୪ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଗୁରୁତର ହେବାରୁ ବିଳମ୍ୱିତ ରାତିରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେମାନେ ଚିକିତ୍ସିତ ଅଛନ୍ତି ।