ବିଷ୍ଣୁପୁର ବିଦ୍ୟାଳୟର ବାର୍ଷିକ ଉତ୍ସବ
ଭଣ୍ଡାରିପୋଖରୀ: ଏହି ବ୍ଲକର ବିଷ୍ଣୁପୁର ଉପ୍ରା ବିଦ୍ୟାଳୟ ବାର୍ଷିକୋସôବ ପ୍ରଧାନଶିକ୍ଷକ ଗୌରାଙ୍ଗ ଚରଣ ନାଥଙ୍କ ପୌରହିତ୍ୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଅମୂଲ୍ୟ କୁମାର ନାୟକ ଉସôବ ଉଦଘାଟନ କରିଥିଲେ । ଏଥିରେ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିର କୁମାର ତରାଇ ମୁଖ୍ୟଅତିଥି, ଅବସରପ୍ରାପ୍ତ ଶିକ୍ଷା ସଂଯୋଜକ କାର୍ତ୍ତିକ ସ୍ୱାଇଁ ମୁଖ୍ୟବକ୍ତା, ଗୋଷ୍ଠୀ ଶିକ୍ଷା ସଂଯୋଜକ ଅକ୍ଷୟ କୁମାର ଜେନା, ସମାଜସେବୀ ଦୀପକ କୁମାର ପାଣିଗ୍ରାହୀ, ଶିକ୍ଷାବିତ ପ୍ରଦ୍ମନଭା ପାରି, ଭାସ୍କର ଚନ୍ଦ୍ର ଦାସ, ପ୍ରଭାକର ମହାପାତ୍ର, ମୁକ୍ତିକାନ୍ତ ସାହୁ, ସନାତନ ଜେନା, ସନ୍ତୋଷ ପାଣିଗ୍ରାହୀ, ଅଜୟ କୁମାର ରାୟ, ପ୍ରସନ୍ନ ରାଉତ, ଶଶିନାଥ ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଉସôାହ ବୃଦ୍ଧିରେ ବିଦ୍ୟାଳୟର ଉସôôବ ବେଶ ଉପଯୋଗୀ ହୋଇଥିବାରୁ ଏହାର ନିରନ୍ତର ପାଳନ ଦିଗରେ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷୟତ୍ରୀ ପ୍ରୀତିପଦ୍ମା ଦାଶ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶୈଖିକ ଓ ସହ ଶୈଖିକ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଜୟଦେବ ସେନାପତି ଅତିଥି ପରିଚୟ, ଶିକ୍ଷୟତ୍ରୀ ଅମିତା ସାମଲ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଶଶିକାନ୍ତ ପତି ଓ ଶିକ୍ଷୟତ୍ରୀ ଲିଖିତା ସାମଲ ଉସôବ ପରିଚାଳନା କରିଥିଲେ ।