ପିତୃମାତୃହୀନ ଶିଶୁ ଚିହ୍ନଟ ନେଇ ପ୍ରଶିକ୍ଷଣ
ଭଦ୍ରକ: ଜିଲ୍ଲାପରିଷଦ ସମ୍ମିଳନୀ ସଭାଗୃହ ପରିଷଦରେ ଅନୁଷ୍ଠିତ ପରିବାରରେ ରହୁଥିବା ପିତୃମାତୃହୀନ ଶଶୁ ଓ ଏକକ ପିତୃମାତୃହୀନ ଶିଶୁଙ୍କୁ ଚିହ୍ନଟ ନିମନ୍ତେ ଏକ ତାଲିମ କାର୍ଯ୍ୟ ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି । ଏହି ମର୍ମରେ ଜିଲ୍ଲାଶିଶୁ ସୁରକ୍ଷା ୟୁନିଟର ଆନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା ପ୍ରାରମ୍ଭିକ ସୂଚନା ସମେତ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।
ଜିଲ୍ଲାପାଳ ଭଦ୍ରକ ଦିଲ୍ଲୀପ ରାଉତରାଏ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଶୁଭେନ୍ଦୁ ସାମଲ ପ୍ରମୁଖ ଯୋଗଦାନ କରି ଉପସ୍ଥିତ ପ୍ରଶିକ୍ଷାର୍ଥୀଙ୍କୁ ସର୍ବେକ୍ଷଣରେ ସମ୍ପୂର୍ଣ୍ଣ ସହଯୋଗ ଓ ନିର୍ଭୁଲ ତଥ୍ୟ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ । ପରିବାରରେ ପ୍ରକୃତ ଶିଶୁମାନେ କିଭଳି କେଉଁ ଅବସ୍ଥାରେ ଅଛନ୍ତି ତାଙ୍କୁ ଚିହ୍ନଟ କରି ଉପଯୁକ୍ତ ଫର୍ମାଟରେ ତଥ୍ୟ ପ୍ରଦାନ କରିବା ପାଇଁ ପିଡି. ମତପୋଷଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ସିଡିପିଓ, ସୁପର ଭାଇଜର ଯୋଗଦାନ କରିଥିଲେ । ପ୍ରଶିକ୍ଷଣ ନେବାପରେ ସେକ୍ଟରସ୍ତରରେ ସମଗ୍ର ଅଙ୍ଗନୱାଡି କର୍ମୀଙ୍କୁ ତାଲିମ ଦେବାସହ ତଥ୍ୟପୂର୍ଣ୍ଣ କରି ଜିଲ୍ଲାସ୍ତରକୁ ପ୍ରେରଣ କରିବାପାଇଁ ସୂଚନା ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀର ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ରୂପାଲି ମିତ୍ର, ସୁରକ୍ଷା ଅଧିକାରିଣୀ ଚନ୍ଦ୍ରା ସାହୁ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ. ଦେବରାଜ ପାଣିଗ୍ରାହୀ, ଶିଶୁ ସୁରକ୍ଷା ୟୁନିଟ୍ ସୁବ୍ରତ ଦାଶ ଯୋଗଦାନ କରିଥିଲେ । ଶିଶୁ ସୁରକ୍ଷା ୟୁନିଟ୍ ସ୍ୱାଗତିକା ବାରିକ, ଦମୟନ୍ତୀ ଦାସ, ଧୀରଜ ବାରିକ, ମହେଶ ଚନ୍ଦ୍ର, ନବୀନ ବେହେରା, କୂଳଦୀପ ଜେନା ସମେତ ଚାଇଲ୍ଡ ଲାଇନର ସଂଯୋଜିକା ଶୁଭଶ୍ରୀ ପଡିହାରୀ ସମସ୍ତ ଟିମ୍ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୁରକ୍ଷା ଅଧିକାରିଣୀଙ୍କ ଦ୍ୱାରା ଧନ୍ୟବାଦ ପ୍ରଦାନ କରିଥିଲେ ।
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାରେ ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁ ମାନଙ୍କର ଜିଲ୍ଲାସ୍ତରୀୟ ସର୍ଭେ ନିମନ୍ତେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନ୍ଦ୍ର କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଭାରତୀ ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ସିଡିପିଓ, ସୁପର ଭାଇଜର ପ୍ରମୁଖ ଉପସ୍ଥିତ ରହିଥବବା ବେଳେ ଏହାର ସର୍ବଶେଷ ତଥ୍ୟ ପ୍ରଶିକ୍ଷଣ (ପିପିଟି) ମାଧ୍ୟମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଉପସ୍ଥାପନ କରିଥିଲେ । ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ନିଦେ୍ର୍ଦଶକ୍ରମେ ସମଗ୍ର ଓଡିଶାରେ ଆସନ୍ତା ୧୧ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଅଙ୍ଗନୱାଡୀ କର୍ମୀ ନିଜ ନିଜ ଅଂଚଳର ଏହି ତଥ୍ୟ ସଂଗ୍ରହ କରି ବ୍ଲକ ଓ ଜିଲ୍ଲାସ୍ତରୀୟକୁ ପଠାଇବେ । ଆଗାମୀ ଦିନରେ ଏହିଭଳି ଯତ୍ନ ଓ ସୁରକ୍ଷା ଲୋଡୁଥିବା ଶିଶୁମାନଙ୍କୁ ସରକାରଙ୍କର ବିଭିନ୍ନ ଯୋଜନାରେ ସାମିଲ୍ କରାଯାଇ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍ କରାଯିବା ପାଇଁ ରାଜ୍ୟ ସରକାରଙ୍କର ଏହା ଏକ ପଦକ୍ଷେପ । ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ୟୁନିଟ୍ର ସମସ୍ତ କର୍ମକର୍ତ୍ତା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।