ବୀମା କମ୍ପାନୀଙ୍କୁ ଭରସା!


ଡ. ନିରଞ୍ଜନ ସାହୁ : ବୀମା କମ୍ପାନୀମାନଙ୍କର ପ୍ରଚଳନ ବ୍ରିଟିଶଯୁଗରୁ ଭାରତରେ ଆରମ୍ଭ ହୋଇଛି । ଶିଳ୍ପ ବିପ୍ଳବ କାଳରେ ବଣିଜ ପାଇଁ ଦରିଆପାରି ଦୂର ଯାତ୍ରା ସଂକ୍ରାନ୍ତୀୟ ବିପଦର ମୁକାବିଲା କରିବା ପାଇଁ ବୀମା ଏକ ଆବଶ୍ୟକତା ପରି ଉଭା ହୋଇଥିଲା - ବିଭିନ୍ନ ସମ୍ଭାବ୍ୟ ବିପଦ ପାଇଁ ଏକ ସମର୍ଥ କ୍ଷତିପୂରଣ ବ୍ୟବସ୍ଥା ଭାବରେ ଏହା କେତେ ଶତାବ୍ଦୀ ହେଲା ଚଳିଆସିଅଛି । ଏହାର ବିସ୍ତାର ବଢ଼ି ବଢ଼ି ·ଲିଛି ଦିନକୁ ଦିନ । ଜୀବନ ପାଇଁ ବୀମା, ସ୍ୱାସ୍ଥ୍ୟ ପାଇଁ ବୀମା ଶିଳ୍ପପାଇଁ ବୀମା, ଯାନବାହନ ପାଇଁ ବୀମା, ଯାତ୍ରା କାଳୀନ ବୀମା, େ·ରି ସଂକ୍ରାନ୍ତ ବୀମା ଆହୁରି କେତେ କ’ଣ?
ଆଜିକାଲି ଦୁନିଅାଁରେ ଏମିତି କିଛି ନାହିଁ, ଯେଉଁଠି ଅନିଶ୍ଚିତତା ଶୂନ୍ୟ ପ୍ରତିଶତ - ସେଭଳି କ୍ଷେତ୍ରରେ ସାହସ ଦିଏ ବୀମାର ଉପସ୍ଥିତି - ଆପଣ ଏକ ଶିଳ୍ପ ଗଢ଼ିବାକୁ ·ହୁଁଛନ୍ତି, ଅନେକ ବ୍ୟୟ କରିବେ, ବହୁ ବ୍ୟାଙ୍କ ମଧ୍ୟ ଆପଣଙ୍କୁ ଲୋନ୍ ଦେବେ, ହେଲେ ଆପଣ ଯେ ନିଶ୍ଚିତ ଭାବରେ ଆପଣଙ୍କ ଉଦ୍ୟୋଗରେ ସଫଳକାମ ହେବେ, ସେ କଥା କେହି କହିପାରିବେ ନାହିଁ । ଆପଣ ଗାଡ଼ି ଚଳାଉଛନ୍ତି, ଯେତେ ନିୟମ ଭିତରେ ଥାଇ ଗାଡ଼ି ଚଳେଇଲେ ଯେ ଦୁର୍ଘଟଣା କେବେ ହେବନାହିଁ, ସେକଥା କେହି ଗ୍ୟାରେଣ୍ଟି ଦେଇପାରିବେ ନାହିଁ - ଏପରି ଅନେକ କ୍ଷେତ୍ର ଅଛି ଯେଉଁଠି ବୀମା କମ୍ପାନୀମାନେ ଆପଣଙ୍କୁ ସାହସ ଦିଅନ୍ତି ଏବଂ ପରିସ୍ଥିତି ସେପରି ହେଲେ ଆପଣଙ୍କ କ୍ଷତିକୁ ମଧ୍ୟ ଉଲ୍ଲିଖିତ ସର୍ତ୍ତ ଅନୁଯାୟୀ କ୍ଷତିପୂରଣ ଦିଅନ୍ତି ।
କଥାଟି ହେଲା ବୀମା କମ୍ପାନୀମାନେ ବୀମା କରାଇବା ବେଳେ ଆପଣଙ୍କ ବିଶ୍ୱାସ ଭାଜନ ହେବା ପାଇଁ ଯେଉଁ ସୁବିଧାର ବୟାନ କରିଥାନ୍ତି, ବାସ୍ତବ କ୍ଷେତ୍ରରେ ସେସବୁ ଉପଲବ୍ଧ ହୁଏ ନାହିଁ, ଏଥିପାଇଁ ଅନେକ ଲୋକଙ୍କ ଭିତରେ କ୍ଷୋଭ ସୃଷ୍ଟି ହୋଇଥାଏ । ନିକଟରେ ଆମେରିକାର ପ୍ରଖ୍ୟାତ ସ୍ୱାସ୍ଥ୍ୟ ବୀମା କମ୍ପାନୀ ୟୁନାଇଟେଡ୍ ହେଲ୍ଥ କେୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ବ୍ରେୟାନ ଥମ୍ପସନ୍ଙ୍କୁ ଜଣେ ଆତତାୟୀ ହତ୍ୟା କରିଛନ୍ତି । ଆତତାୟୀ ହେଉଛି ଛବିଶ ବର୍ଷୀୟ ଲୁଇଶି ମାଙ୍ଗିଆନୋ, ମୁଖ୍ୟ କାର୍ଯ୍ୟନିର୍ବାହୀ ନୁ୍ୟୟର୍କର ମାନହାଟାନଠାରେ ଏକ ସମ୍ମିଳନୀରେ ଯୋଗଦେବାକୁ ଯାଉଥିବା ବେଳେ ଆତତାୟୀ ତାଙ୍କୁ ପ୍ରାୟ ଛ’ମିଟର ଦୂରତାରୁ ଗୁଳି କରି ହତ୍ୟା କରିଛି - ସେ ହତ୍ୟା କରିଥିବା ପ୍ରତି କ୍ୟାଟ୍ରିଜ୍ରେ ଲେଖିଥିଲା  ଊରଦ୍ଭଚ୍ଚ, ଊରଲରଦ୍ଭୟ ଓ ଊରକ୍ଟ୍ରକ୍ଟଗ୍ଦର ଏଥିରୁ ଜଣାପଡ଼ିଲା ଯେ ସ୍ୱାସ୍ଥ୍ୟ ବୀମା କମ୍ପାନୀମାନେ ବୀମାରାଶି ପ୍ରଦାନ କଲାବେଳେ ଯେଉଁ ଟାଳଟୁଳ ନୀତି ଅବଲମ୍ବନ କରି ବହୁକ୍ଷେତ୍ରରେ ହିତାଧିକାରୀଙ୍କୁ ତାଙ୍କର କ୍ଷତିପୂରଣ ପ୍ରଦାନରେ ଯେଉଁ ଅବହେଳା ସୃଷ୍ଟି କରୁଛନ୍ତି, ତାହା ବିରୋଧରେ ହୁଏତ ଏହା ଆତତାୟୀର ଚରମ ବିରକ୍ତିର ଅଭିବ୍ୟକ୍ତି । ଆତତାୟୀ ଦ୍ୱାରା ବିନା ପ୍ରତିବାଦରେ ହୋଇଥିବା ହତ୍ୟାକୁ କେହି ମାନବୀୟ ଭାବରେ ଗ୍ରହଣ କରିପାରିବେ ନାହିଁ - ଏଥିରେ କାହାରି ଦ୍ୱିମତ ନାହିଁ, ମାତ୍ର ବୀମା କମ୍ପାନୀମାନେ ଯେତେବେଳେ ସେମାନଙ୍କ ହିତାଧିକାରୀଙ୍କୁ ବୀମାଭୁକ୍ତ କରନ୍ତି ସେତେବେଳେ ଦେଖାଉଥିବା ସ୍ୱର୍ଣ୍ଣିମ ସମ୍ଭାବନା ଏବଂ ପରବର୍ତ୍ତୀ ସମୟର ବାସ୍ତବତା କେତେ ଭିନ୍ନ ତାହା ଆଜିର ଆଲୋଚନା ।
ସ୍ୱାସ୍ଥ୍ୟ ସେବା ପ୍ରତି ବ୍ୟକ୍ତି ପାଇଁ ଜରୁରି । ଆଧୁନିକ ଯୁଗରେ ଏହା ଏତେ ବ୍ୟୟ ବହୁଳ ହୋଇଛି ଯେ ପ୍ରତ୍ୟେକ ଲୋକ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବା ଏକରକମର ଅସମ୍ଭବ ବ୍ୟାପାର । ବିଦେଶରେ ତ ଏହା ଏକରକମର ସୁନିଶ୍ଚିତ ଅବଲମ୍ବନ ଅର୍ଥାତ୍ ବିନା ବୀମା-ଅନୁବନ୍ଧନରେ ଆପଣ ହାସ୍ପାତାଳ/ନର୍ସିଂହୋମ୍ର ସୀମା ମାଡ଼ିପାରିବେ ନାହିଁ କହିଲେ ଚଳେ । ମାତ୍ର ଯେଉଁ ସର୍ଜରୀ ଆପଣ ନିଜେ ପଇସା ଖର୍ଚ୍ଚ କରି କରେଇବାକୁ ·ହିଁବେ ଯଦି ସେଥିପାଇଁ ଲକ୍ଷେ ଟଙ୍କା ଖର୍ଚ୍ଚ ହେବ, ସେଇ କାମ ପାଇଁ ସ୍ୱାସ୍ଥ୍ୟ ବୀମା ଥିଲେ ତାହା ହୁଏତ ଅତିକମ୍ରେ ଦେଢ଼ଗୁଣ କିମ୍ବା ଦୁଇଗୁଣ ପାଲଟି ଯିବ । ଆପଣ ଏଥିରେ ଆଶ୍ଚର୍ଯ୍ୟ ହୋଇପାରନ୍ତି, ମାତ୍ର ଆପଣ କୋଡ଼ିଏ ପଚିଶ ହଜାର ଖର୍ଚ୍ଚ କରି ଆପଣଙ୍କ ବାବଦ ଯେତେବେଳେ ଲକ୍ଷାଧିକ ଟଙ୍କା ସଂପୃକ୍ତ ନର୍ସିଂହେମ୍ ବା ପ୍ରାଇଭେଟ୍ ହସ୍ପିଟାଲ ପାଆନ୍ତି ସେକଥା ବୁଝିବାକୁ ଚିନ୍ତା କରନ୍ତିନି । ସଂକ୍ଷେପରେ କହିବାକୁ ହେଲେ ଇନ୍ସୁ୍ୟରାନ୍ସ କମ୍ପାନୀମାନେ ଏକ ଦାତବ୍ୟ ଅନୁଷ୍ଠାନ ନୁହନ୍ତି, ସେମାନେ ଗୋଟିଏ ଗୋଟିଏ ବାଣିଜ୍ୟ କରୁଥିବା ଅନୁଷ୍ଠାନ ଅର୍ଥାତ୍ ନିଜର କର୍ମ·ରୀଙ୍କ ସମସ୍ତ ଖର୍ଚ୍ଚ ସଂସ୍ଥା ପରି·ଳନାର ଖର୍ଚ୍ଚ ଛଡ଼ା ସେମାନେ ମଧ୍ୟ ମୁନାଫା ପାଇବାକୁ କମ୍ପାନୀ କରିଛନ୍ତି - ଅର୍ଥାତ୍ ସେଇ କ୍ରମରେ ଇନ୍ସୁ୍ୟରାନ୍ସ ନାଁ ଧରୁଧରୁ  ଖର୍ଚ୍ଚ ବଢ଼ିଯାଏ ।
ସ୍ୱାସ୍ଥ୍ୟ ସେବା ସବୁ ଲୋକଙ୍କ ପାଖରେ ଉପଲବ୍ଧ ହେଉ, ଏହା ସବୁ ସରକାର ·ହାଁନ୍ତି ମାତ୍ର ସରକାରୀ ଡାକ୍ତରଖାନା ଏବଂ ସରକାରୀ ବ୍ୟବସ୍ଥା ସବୁଲୋକଙ୍କ ଆବଶ୍ୟକତାକୁ ପୂରଣ କରିପାରେ ନାହିଁ । ସେଥିପାଇଁ ସରକାରଙ୍କ ତରଫରୁ କିଛି ବର୍ଷ ପୂର୍ବେ ସ୍ୱାସ୍ଥ୍ୟସେବାରେ ବୀମାକୁ ସାମିଲ କରାଯାଇଥିଲା । ଭାରତ ସରକାର ଆୟୁଷ୍ମାନ ଭାରତ ନାଁରେ ଗୋଟିଏ ଯୋଜନା ଚଳାଇଥିବା ବେଳେ ଓଡ଼ିଶା ସରକାର ୨୦୨୧ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ସ୍ୱାସ୍ଥ୍ୟସେବା ଯୋଜନା କାର୍ଯ୍ୟକାରୀ କରିଥିଲେ । ନିକଟରେ ରାଜ୍ୟ ସରକାର ପରିବର୍ତ୍ତିତ ହେଲାପରେ ତା’ର ନାଁ ବଦଳାଇ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କରିଛନ୍ତି । ଗତ ରାଜ୍ୟସରକାର ତାଙ୍କ ରାଜତ୍ୱର ଶେଷ ପର୍ଯ୍ୟାୟରେ ବର୍ଷକୁ ପ୍ରାୟ ତିନିହଜାର କୋଟିରୁ ଅଧିକ ଖର୍ଚ୍ଚ କରୁଥିଲେ । ଏଥିପାଇଁ ପ୍ରାୟ ଏକ ହଜାର ପାଖାପାଖି ପ୍ରାଇଭେଟ କିମ୍ବା କର୍ପୋରେଟ୍ ହସ୍ପିଟାଲକୁ ପ୍ୟାନେଲଭୁକ୍ତ କରି ସେମାନଙ୍କ ଦ୍ୱାରା ହେଉଥିବା ଚିକିତ୍ସାକୁ ଚୁକ୍ତି ଅନୁସାରେ ପୈଠ କରୁଥିଲେ ।
ଏହା ଫଳରେ ଗ୍ରାମାଞ୍ଚଳରେ ଥିବା ଲୋକମାନେ ଅନେକ ସୁବିଧା ପାଉଥିଲେ, ମାତ୍ର ତା’ରି ଭିତରେ କିଛି ହସ୍ପିଟାଲ ବି ଫାଇଦା ଅଧିକ ହାସଲ କରିବାକୁ ଅନୈତିକ କାମ କରିବାକୁ ପଛଉ ନ ଥିଲେ । ଯାହା ଫଳରେ ରାଜକୋଷରୁ ମିଛରେ ଶହଶହ କୋଟି ଟଙ୍କା ବରବାଦ ହେଉଥିଲା, ଅବଶ୍ୟ ୟେ ସମ୍ବନ୍ଧୀୟ ପ୍ରକୃତ ତଥ୍ୟ ହାସଲ କରିବା ଏକ ବିସ୍ତୃତ ଅନୁସନ୍ଧାନ ସାପେକ୍ଷ । ସରକାର ଏପରି ବ୍ୟବସ୍ଥାରେ ସବୁ ଅର୍ଥ ବ୍ୟୟ କରୁଥିବାରୁ ସାଧାରଣ ଲୋକେ ଆର୍ଥôକ କ୍ଷତି ସାଧାରଣତଃ ସହନ୍ତି ନାହିଁ । ଅବଶ୍ୟ ଆଜିକାଲି କିଛି ଅନୁବନ୍ଧିତ ହସ୍ପିଟାଲ ରୋଗୀଙ୍କୁ ଆଡ୍ମିଶନ କଲାବେଳେ କିଛି ପଇସା ଦାବି କରୁଛନ୍ତି, ଏହା ବି ସତ । ଜମି କିଣାବିକା କଲାବେଳେ ବିଶ୍ୱାସରେ ଅନେକ ମୋହରିର ଯାହା ଲେଖିଥାନ୍ତି ତାକୁ ଠିକ୍ ଭାବି ଦସ୍ତଖତ କରିଦିଅନ୍ତି କିଣୁଥିବା ଲୋକ - ପରବର୍ତ୍ତୀ ସମୟରେ ନାମ ଜାରି ବେଳେ ଜଣାପଡ଼େ ଯେ ପ୍ରକୃତ ଖାତା ନମ୍ବର ପ୍ଲଟ୍ ନମ୍ବର ଲେଖା ନ ଯାଇ ଅନ୍ୟ କୌଣସି ନମ୍ବର ଚଢ଼େଇ ଦିଆଯାଇଛି ଦଲିଲରେ - ବହୁ ହଇରାଣରେ ପଡ଼ନ୍ତି ଜମି କିଣିବା ବେଳେ ବିଶ୍ୱାସ ଉପରେ ଭରସା କରୁଥିବା ଲୋକଟି, ଠିକ୍ ସେଇମିତି ଯେଉଁ ଲୋକେ ସ୍ୱାସ୍ଥ୍ୟ ବୀମାରେ ନିଜକୁ ପଞ୍ଜିକରଣ କରନ୍ତି, ସେମାନେ ତନ୍ନତନ୍ନ କରି ସେ ସର୍ତ୍ତଗୁଡ଼ିକୁ ଅନୁଧ୍ୟାନ କରିବା ଆବଶ୍ୟକ । ଯେଉଁଥିପାଇଁ ଦରକାର ବେଳେ ସେମାନେ ଆଶାନୁରୂପ କ୍ଷତିପୂରଣ ପାଇପାରିବେ- ଆମେରିକାରେ ଯେଉଁ ଘଟଣା ଘଟିଲା ତାହା ଲୋକଙ୍କର ଅସାବଧାନତା କିମ୍ବା ଅତ୍ୟଧିକ ବିଶ୍ୱାସ ଜନିତ ନୁହେଁ - ସ୍ୱାସ୍ଥ୍ୟବୀମା କମ୍ପାନୀମାନେ କ୍ଷତିପୂରଣକୁ ଫଇସଲା କରିବାକୁ ଦିନ ଗଡ଼ାନ୍ତି, ବେଳେ ବେଳେ ସେମାନେ ଏପରି ଲୁପ୍ତ ସର୍ତ୍ତ ବାହାର କରନ୍ତି ଯାହା ଗ୍ରାହକଙ୍କୁ ଅସୁବିଧାରେ ପକାଏ - ବ୍ୟବସାୟରେ ବିଶ୍ୱାସ ଗୋଟିଏ ବଡ଼ ସର୍ତ୍ତ - ସବୁ କଥାକୁ ଅବିଶ୍ୱାସ କଲେ ବ୍ୟବସାୟ ·ଲିବ ନାହିଁ, ମାତ୍ର ବୀମା କମ୍ପାନୀ ଓ ସାଧାରଣ ଲୋକଙ୍କ ଭିତରେ ହେଉଥିବା ପଞ୍ଜିକରଣବେଳେ ସାଧାରଣ ଲୋକଟି ବିଶ୍ୱାସ କରେ ଏବଂ ଠକେ, ବୀମାକମ୍ପାନୀ ଠକନ୍ତି ନାହିଁ ସାଧାରଣତଃ, ହେଲେ ସେମାନେ ଯେଉଁ ଲାଭ କରନ୍ତି ତାହା ଦେଖିଲେ ଆପଣ ବିସ୍ମିତ ହେବେ - ଯେଉଁ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୁଳିମାଡ଼ରେ ବଳି ପଡ଼ିଲେ ତାଙ୍କର ବ୍ୟବସାୟର ଲାଭ ୨୦୨୧ରେ ବାର ବିଲିଅନ୍ ଡଲାରରୁ ୨୦୨୩ରେ ଷୋହଳ ବିଲିୟନକୁ ବୃଦ୍ଧି ହୋଇଥିବା ଏକ ରିପୋର୍ଟରୁ ପ୍ରକାଶ, ଅତ୍ୟଧିକ ଲାଭକୁ ସେମାନେ ସବୁଠୁ ଉକ୍ରର୍ଷ ଆଦର୍ଶ ଭାବରେ ଗ୍ରହଣ କରୁଥିବା ଫଳରେ ହିତାଧିକାରୀମାନଙ୍କର ସୁବିଧାକୁ ଗୌଣ ମନେକରୁଛନ୍ତି ଯାହାଫଳରେ ଏପରି ବ୍ୟତିକ୍ରମ ଘଟଣା ମଧ୍ୟ ଘଟୁଛି ।
ସାଧୁ ସାବଧାନ, କୌଣସି ବିଜ୍ଞାପନକୁ ଭିତ୍ତି କରି ବ୍ୟବସାୟରେ ଅଂଶୀଦାର ହୁଅନ୍ତୁ ନାହିଁ - ବୁଝି ବି·ରି କାମ କରନ୍ତୁ । ଉପର ଠାଉରିଆ ଭାବେ ସମ୍ମତି ଦେଲେ ଆପଣଙ୍କୁ କେହି ପରେ ସାହାଯ୍ୟ କରିପାରିବେ ନାହିଁ । ଅବଶ୍ୟ ଆପଣ ଏଥିପାଇଁ କାମା ଲୋକପାଳଙ୍କ ପାଖରେ ଦରଖାସ୍ତ କଲେ ସେ ହୁଏତ କିଛି ସାହାଯ୍ୟ କରିପାରନ୍ତି ।
ମୋ: ୯୪୩୮୪୮୨୯୧୧
(ଲେଖକ ଭାରତୀୟ ପ୍ରଶାସନିକ ସେବାର ପୂର୍ବତନ ଅଧିକାରୀ)