ବିଜ୍ଞାନ ପ୍ରତିଭା ପୂଜନ ଉତ୍ସବ
ସାଲେପୁର: ବିଜ୍ଞାନ ପ୍ରଚାର ସମିତି ସାଲେପୁର ଶାଖା ପକ୍ଷରୁ ବିଜ୍ଞାନ ପ୍ରତିଭା ପୂଜନ ଉତ୍ସବ ସାଲେପୁରର ଜଗନ୍ନାଥ ଗୋପୀନାଥ ଟ୍ରଷ୍ଟର ସଭାଗୃହରେ ସମିତିର ସଭାନେତ୍ରୀ ମେଜର ମଂଜୁଶ୍ରୀ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ରାଜସ୍ୱପରିଷଦ ସଭ୍ୟ ଡଃ ଅରବିନ୍ଦ ବେହେରା, ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ପ୍ରଫେସର ଡଃ ଭାରତୀ ବେହେରା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଜାତୀୟ କୃଷି ଗବେଷଣା ପରିଷଦ କେନ୍ଦ୍ରୀୟ ମଧୁର ଜଳ ଜୀବ ବିକାଶ ପ୍ରତିଷ୍ଠାନର ନିଦେ୍ର୍ଦଶକ ତଥା ପ୍ରଫେସର ଡଃ ପ୍ରମୋଦ କୁମାର ସାହୁ ଯୋଗ ଦେଇଥିଲେ । ଚଳିତ ବର୍ଷ ସମିତି ପକ୍ଷରୁ ଡଃ ଗଜେନ୍ଦ୍ର ନାଥ ମିଶ୍ର ସ୍ମୃତି ସମ୍ମାନରେ ଡଃ ପ୍ରମୋଦ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମିତିର ପ୍ରତିଷ୍ଠାତା ସୁକାନ୍ତ କିଶୋର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି ବିପିନ ବିହାରୀ କର ଅତିଥି ପରିଚୟ ପ୍ରଦାନ କରିଥିଲେ । ସମିତିର ସଂପାଦକ ମହେଶ ଚନ୍ଦ୍ର କର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସଂପାଦକ ଦିବାକର ପ୍ରଧାନ, ଡଃ ପ୍ରଭାତ କିଶୋର ନାୟକ, ଶାରଦା ପ୍ରସନ୍ନ ରଥ, ତାପସ ରଂଜନ ତ୍ରିପାଠୀ, ପୁରସ୍ତମ ବେହେରା, ଶାନ୍ତିଲତା ଶତପଥି, ଜୟନ୍ତୀ ମହାନ୍ତି, ସଂନ୍ଦିପନୀ କର, ପ୍ରତାପ ଜେନା, ହରେକୃଷ୍ଣ ସାମଲ, ସେବତୀ ବେହେରାଙ୍କ ସମେତ ସମିତିର ସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ ।