ବୃକ୍ଷରୋପଣ କରି ଜନ୍ମଦିନ ପାଳିଲେ କରାଟେ କୋଚ ଅସୀମ
ବଲାଙ୍ଗିର : ଆଜି ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଜାତୀୟ ସ୍ତରୀୟ କରାଟେ ତଥା ଟାଇକଣ୍ଡୋ କୋଚ୍ ଅସୀମ କୁମାର ଭୋଇ । ଅସୀମ ଭୋଇ ନିଜ ଜନ୍ମ ଦିନରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ଓ ଜିଲ୍ଲା ଟାଇକଣ୍ଡୋ ସଂଘର ଛାତ୍ର ଛାତ୍ରୀଙ୍କ ସହଯୋଗ କ୍ରମେ ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପଡିଆରେ ୪୦ଟି ବୃକ୍ଷ ରୋପଣ କରିଛନ୍ତି । ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଏକ ବିରାଟ ପଡିଆ ହୋଇଥିବା ସତ୍ତ୍ୱେ ଏଠି ଗୋଟିଏ ବି ଗଛ ନ ଥିବାରୁ ଖେଳାଳିମାନେ ବୃକ୍ଷର ଛାଇ ଟିଏ ପାଇବା ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେ ସବୁକୁ ଦୃଷ୍ଟିରେ ରଖି ଆଜି କିଛି ଛାୟା ପ୍ରଦାନକାରୀ ଗଛ ଓ ଫଳ ଗଛ ଲଗାଯାଇଥିବା ଯୁବ ସମାଜସେବୀ ଅସୀମ ଭୋଇ ଗଣମାଧ୍ୟମକୁ ସୂଚନା ଦେବା ସଙ୍ଗେ ଏ ବୃକ୍ଷମାନଙ୍କର ରକ୍ଷଣା ବେକ୍ଷଣ ପାଇଁ ଉଚିତ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନ ଠାରେ ଅନୁରୋଧ କରିଛନ୍ତି ।