ବଦଳୁନି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା
ବିଞ୍ଝାରପୁର : ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ସମ୍ପଦର ସୁରକ୍ଷା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପୂର୍ବକ ସୁରକ୍ଷାର ଗ୍ୟାରେଣ୍ଟି ଦେଉଛନ୍ତି । କିନ୍ତୁ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥାରେ କୈାଣସି ପରିବର୍ତ୍ତନ ଘଟୁନି । ସ୍ୱାସ୍ଥ୍ୟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ କେବଳ ଧର୍ମକୁ ଆଖିଠାର ମାରି ଚାଲିଥିବା ଅଭିଯୋଗ ହେଉଛି । ଜରୁରୀ କାଳୀନ ସେବା ପାଇଁ ଜିଲା ମୂଖ୍ୟ ଚିକିତ୍ସାଳୟ ଏକମାତ୍ର ସାହାରା ପାଲଟିଛି । ପୂର୍ବର ୨୪ବର୍ଷର ବିଜେଡ଼ି ସରକାର୍ ଓ ଏବର ମୋହନ ସରକାର୍ ସମସ୍ତଙ୍କର ସେଇ ଗୋଟିଏ କଥା ସ୍ୱାସ୍ଥ୍ୟ ଭଳି ଏକ ଜରୁରକାଳୀନ ସେବା ଯେପରି ରାଜ୍ୟରେ ବିପର୍ଯ୍ୟସ୍ତ ନହୁଏ । ଏହି ସେବା ଭିତରେ ବାଦ ପଡ଼ିଯାଇଛି ଯାଜପୁର ଜିଲାର ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ବିଭାଗ କହିବାକୁ ଗଲେ ମେଡ଼ିସିନ, ଶିଶୁ ଓ ସର୍ଜରୀର ଡାକ୍ତର ପଦବୀଟି ଦୀର୍ଘଦିନ ହେବ ଖାଲିପଡ଼ିଛି । ଡାକ୍ତର ନିଯୁକ୍ତି ପାଇଁ ଅନେକ ଥର ଆନେ୍ଦାଳନ ସହ ସ୍ଥାନୀୟ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସର୍ବୋପରି ସରକାରଙ୍କୁ ଅନୁରୋଧ ପରେ ବି ସମାନ ସ୍ଥିତି ରହିଛି । ବର୍ତମାନ ପରିସ୍ଥିତିରେ ରାଜ୍ୟରେ ସରକାର ବାଦଳି ଥିବା ବେଳେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ମୋଟ ୮ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ବେଳେ ୭ ଜଣ ଆୟୁଷ ଡାକ୍ତର ରହିଛନ୍ତି । ଗୋଟିଏ ପଦବୀ ଖାଲି ରହିଛି । ଯାହାକି ସିଂହପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲେ ସୁଦ୍ଧା ରୋଗୀ ସ୍ୱାସ୍ଥ୍ୟ ସେବାରୁ ଅଜିବି ବଂଚିତ ରହୁଛନ୍ତି । ଷ୍ଟାଫ୍ ନର୍ସ ୧୨ଟି ପୋଷ୍ଟ ଥିବା ବେଳେ ୪ଜଣ ନିଯୁକ୍ତି ଥିବା ବେଳେ ଡ୍ରେସର ଓ ଆଟେନାନ ୬ଟି ପଦବୀରୁ ୫ଟି ଖାଲିପଡ଼ିଛି । ସେହିପରି ୮ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮ଟି ଷ୍ଟାଫ୍ ନର୍ସ, ଆଟେନାନ ଓ ଡ୍ରେସର ପଦବୀ ଥିବା ବେଳେ ୪ଟି ପଦବୀ ଖାଲିପଡ଼ିଛି । ଯାହାକୁ ନେଇ ବିଞ୍ଝାରପୁରରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ କଥା ଦେଖିବାକୁ ଗଲେ ଖୋଦ୍ ନିଜେ ରୋଗୀ ଦେଖୁ ଥିବା ବେଳେ କାର୍ଯ୍ୟାଳୟରେ ଜୁନିଅର କ୍ଲର୍କ ପଦବୀ ୨ଟି ଖାଲି ପଡ଼ିଛି । ବିଏସ୍ କ୍ଲକ୍ ପଦବୀ ଗୋଟିଏ ଖାଲି ରହିଛି । ଜନ୍ମମୃତୁ୍ୟ ପଞ୍ଜିକରଣ କାର୍ଯ୍ୟରେ ବିଭାଗରେ ଅନ୍ୟ କର୍ମଚାରୀ ଦାୟିତ୍ୱରେ ରହିଥିବା ବେଳେ ଏହି ପଦବୀ ଖାଲିରହିଛି । ଏଆଜି କାଲିର ନୁହ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମସ୍ୟା ଅନେକ ଦିନରୁ ରହି ଆସୁଥିବା ବେଳେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଭରଷା କରିଛନ୍ତି ବିଞ୍ଝାରପୁର ବାସୀ ।