ବୃଦ୍ଧାଙ୍କ ବେକରୁ ଲୁଟିନେଲେ ସୁନାଚେନ
ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ ଧଳାଡିହ ଗ୍ରାମରେ ସନ୍ଧ୍ୟା ସମୟରେ ଘର ବାରଣ୍ଡାରେ ବସିଥିବା ଜଣେ ୮୦ ବର୍ଷ ବୃଦ୍ଧାଙ୍କ ବେକରୁ ଲୁଟେରାମାନେ ସୁନାଚେନ୍ ଲୁଟିନେଇଥିବା ଚମ୍ପୁଆ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗତ ୨୨ ତାରିଖ ସନ୍ଧ୍ୟା ୭.୧୦ ମିନିଟ ସମୟରେ ବୃଦ୍ଧା ଜୈତ୍ରୀମଣୀ ପ୍ରଧାନ ଅସହ୍ୟ ହେତୁ ଘର ବାହାର ବାରଣ୍ଡାରେ ବସି ରହିଥିଲେ । ହଠାତ୍ ୨ଜଣ ଯୁବକ ଉକ୍ତ ସ୍ଥାନରେ ପହଞ୍ଚô ତାଙ୍କ ବେକରୁ ପିନ୍ଧିଥିବା ସୁନା ଚେନ୍କୁ ଝାମ୍ପି ନେଇ ପଳାଇ ଯାଇଥିଲେ । ଏ ନେଇ ଜୈତ୍ରୀମଣୀ ପ୍ରଧାନଙ୍କ ପୁଅ ପ୍ରଶାନ୍ତ ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ ନମ୍ବର ୯୪/୨୫ ରୁଜୁ କରି ବିଭିନ୍ନ ସିସିଟିଭି ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛି ।