ବୃହତ୍ ନିଯୁକ୍ତି ମେଳା ନିମିତ୍ତ ପ୍ରସ୍ତୁତି ବୈଠକ

ଯାଜପୁର ଟାଉନ: ଜିଲ୍ଲାରେ ମାର୍ଚ୍ଚମାସରେ ହେବାକୁ ଥିବା ବୃହତ ନିଯୁକ୍ତି ମେଳା ନିମିତ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶୁଭେନ୍ଦ୍ର ସାମଲ, ସମସ୍ତ ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଯାଜପୁର ପୌରପରିଷଦ, ଅତିରିକ୍ତ ଶିଳ୍ପ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଓରମାସ୍, ନରସିଂହ ଚୌଧୁରୀ କଲେଜ, ସରକାରୀ ବହୁମୁଖି ବୈଷୟିକ ଶିକ୍ଷା ଅନଷ୍ଠାନ, ଜନ ସ୍ୱାସ୍ଥ୍ୟ ବିଭାଗ ଅଗ୍ନିଶମ, ଓଡ଼ିଶା ଜୀବିକା ମିଶନ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, ଯାଜପୁର ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ କର୍ମଚାର କନିଷ୍ଠ ନିୟୋଜନ ଅଧିକାରୀ ଇତ୍ୟାଦି ବିଭାଗର ପଦାଧିକାରୀ ଯୋଗଦାନ କରି ନିଯୁକ୍ତି ମେଳାକୁ ସଫଳ କରିବା ଉଦେ୍ଦଶ୍ୟରେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ । ମାର୍ଚ୍ଚ ୧୧ତାରିଖରେ ଏନ୍ସିକଲେଜରେ  ବୃହତ୍ ନିଯୁକ୍ତିମେଳା ଅନୁଷ୍ଠିତ ହେବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ନିଯୁକ୍ତି ମେଳାରେ ବିଭିନ୍ନ ପ୍ରତିଷ୍ଠିତ ବେସରକାରୀ ସଂସ୍ଥାର ନିଯୁକ୍ତିଦାତାଙ୍କ ସମେତ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ସହିତ ଅନୁବନ୍ଧିତ ଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥାର ଅଧିକାରୀଙ୍କୁ ଯୋଗଦେବା ପାଇଁ ନିଷ୍ପତି ହୋଇଛି । ଜିଲାର ସମସ୍ତ ବ୍ଲକର ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନେ ଯେଭଳି ବହୁଳ ସଂଖ୍ୟାରେ ଏହି ବୃହତ୍ ନିଯୁକ୍ତି ମେଳାର ଅଂଶଗ୍ରହଣ କରି ସୁଯୋଗ ନେଇପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବୈଠକରେ ଅଧକ୍ଷ ତଥା ଅତିରିକ୍ତ ଜିଲାପାଳ ଉପସ୍ଥିତ ପଦାଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ନିଯୁକ୍ତି ମେଳା ସମ୍ବନ୍ଧରେ ଗ୍ରାମାଂଚଳରେ ରହୁଥିବା ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ଯେଭଳି ବ୍ୟାପକ ଭାବେ ସଚେତନ ହୋଇ ଏହାର ସୁଯୋଗ ନେଇପାରିବେ ସେଥି ପାଇଁ ମିଶନ ଶକ୍ତି ଜରିଆରେ ବାର୍ତା ପ୍ରଦାନ ପାଇଁ ବୈଠକରେ ଅଧକ୍ଷ ନିଦେ୍ର୍ଦଶ ଦେଇଥିଲେ । ଜିଲାଶିକ୍ଷା ଅଧିକାରୀ ଏବଂ ଜିଲାମଙ୍ଗଳ ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲାର ସମସ୍ତ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ ପାଇଁ ଅଧକ୍ଷ ଶ୍ରୀ ଜେନା ନିଦେ୍ର୍ଦଶ ଦେଇଥିଲେ ।  ନିଯୁକ୍ତି ମେଳାରେ ମୋଟ ୫୦ଟି ଷ୍ଟଲ ସହ ୩ଟି କାଉଂଟର ଖୋଲାଯାଇ ବିଭିନ୍ନ ବ୍ଲକରୁ ଅଂଶଗ୍ରହଣ କରିଥିବା ପାର୍ଥି ଓ ପାର୍ଥôନୀଙ୍କ ପଞ୍ଜିକରଣ ନିମନ୍ତେ ନିଷ୍ପତି ନିଆଯାଇଛି । ସେହିଭଳି ଅଗ୍ନିବୀର ପଦବୀରେ ନିଯୁକ୍ତି ନିମନ୍ତେ ଇଚ୍ଛୁକ ଯୁବକ ଯୁବତୀଙ୍କ ପାଇଁ ଆର୍ମି, ଏୟାର ଫୋର୍ସ ଓ କୋଷ୍ଟଗାର୍ଡ ଆଦି ପ୍ରତିରକ୍ଷା ବିଭାଗକୁ ଏହି ବୃହତ୍ ନିଯୁକ୍ତି ମେଳାରେ ଅଂଶ ଗ୍ରହଣ କରିବା ପାଇଁ ନିଷ୍ପତି ନିଆଯାଇଛି । ଯାଜପୁର ଜିଲାରେ କାର୍ଯ୍ୟ କରୁଥିବା ବିଭିନ୍ନ ବୃହତ୍ କମ୍ପାନୀ ଗୁଡ଼ିକୁ ମଧ୍ୟ ଅଂଶ ଗ୍ରହଣ କରିବା ପାଇଁ ନିଷ୍ପତି ନିଆଯାଇଛି । ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ପ୍ରଭାତ ବସ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।