ବରୁଆଁ ମେଲଣ ପ୍ରସ୍ତୁତି ବୈଠକ 

 ଐତିହାସିକ ବରୁଆଁ ମାହାଲ ମେଲଣ ନିମନ୍ତେ ଚୌଧୁରୀ ସତ୍ୟ ସୁନ୍ଦର୍ ମହାପାତ୍ରଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତାମାସ ୧୩ ତାରିଖ ସନ୍ଧ୍ୟାରେ ମେଲଣ ବସି ପରଦିନ ସକାଳ ୧୦ଟା ବେଳକୁ ଉଦ୍ୟାପିତ ହେବ । ମେଲଣ ପୂର୍ବରୁ ମଣ୍ଡପ ନିକଟରେ ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତସିଂହାରଙ୍କର ଏକ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଛି । ଚଳିତ ବର୍ଷ ମେଲଣ କିପରି ଶାନ୍ତି ଶୃଙ୍ଖଳାର ସହ ହେବ ସେଥିପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯିବ ବୋଲି କମିଟିର ସଦସ୍ୟ ନିଜ ନିଜର ମତବ୍ୟକ୍ତ କରିଥିଲେ । ଠାକୁର ମାନେ ଯଥା ରୀତି ଅନୁସାରେ ଠିକ୍ ସମୟରେ ପଡିଆକୁ ବିଜେ କରିବାକୁ ପ୍ରତ୍ୟେକ ଠାକୁର ବାଡ଼ିଆଙ୍କୁ ସଭାପତି ପରାମର୍ଶ ଦେଇଥିଲେ । ଠାକୁରଙ୍କ ବିଜେ ପିଣ୍ଡିକୁ ମରାମତି କରି ପଡିଆକୁ ସମ୍ପୁର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ମେଲଣକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନର ସହଯୋଗ ନିଆଯିବାକୁ ସର୍ବସମ୍ନତି କ୍ରମେ ପ୍ରସ୍ତାବ ଗୃହୀତ କରାଯାଇଥିଲା । ବୈଠକରେ ଠାକୁର ବାଡିର କର୍ମକର୍ତା ଭାବେ କୁଞ୍ଜ ବିହାରି ରାୟ, ରମେଶ ଚନ୍ଦ୍ର ମିଶ୍ର, ସୂର୍ଯ୍ୟନାରାୟଣ ମିଶ୍ର, ଅଶୋକ ମହାନ୍ତି, ପ୍ରଫୁଲ୍ଲ ବିଶ୍ୱାଳ, ଜିତେନ୍ଦ୍ର ବିଶ୍ୱାଳ, ଅଖିଳେନ୍ଦ୍ର ମହାନ୍ତି, ହୃଷୀକେଶ ମାନ୍ଧାତା, ଶ୍ରୀଧର ଜେନା, ଅଶ୍ୱିନୀ ବିଶ୍ୱାଳ, ସଂଗ୍ରାମ କେଶରୀ ରାୟ, ରଜନୀ କାନ୍ତ ବିଶ୍ୱାଳ, ବିଶ୍ୱଭୂଷଣ ଜେନା, ନରହରି ବେହେରା, ଚିତରଞ୍ଜନ ପଣ୍ଡା, ବିଜୟ ଜେନା, ଅମରେଶ ପାଢୀ, ଅନନ୍ତ ନାୟକ, ପ୍ରବକ୍ଷଳ ନାୟକ, ବିରଞ୍ଚି ମହାନ୍ତି, ସଚିଦାନନ୍ଦ ବିଶ୍ୱାଳ, ମଧୁସୂଦନ ମହାନ୍ତି, ଲକ୍ଷ୍ମୀଧର ସାହୁ, ଗୌରାଙ୍ଗ ନାୟକ, ସୁକାନ୍ତ ବିଶ୍ୱାଳ, ଅଭିମନୁ୍ୟ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।