ଏଟିଏମ୍ ଡୋର ପଡି ଯୁବକ ଗୁରୁତର
ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା: ବୁଧବାର ସକାଳେ ବ୍ରହ୍ମବରଦା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ ଡୋର ଭାଙ୍ଗି ଜଣେ ଯୁବକଙ୍କ ଉପରେ ପଡିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି । ଖବରମତେ ବ୍ରହ୍ମବରଦା ଥାନା ଅଧିନ ସିଠାଳୋଇ ଗ୍ରାମର ରନôାକର ମାହୁନ୍ତ (୩୫) ନାମକ ଜଣେ ଯୁବକ ଆଜି ସକାଳେ ବ୍ରହ୍ମବରଦା ଦୁର୍ଗା ମଣ୍ଡପ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମକୁ ଟଙ୍କା ଉଠାଇବାକୁ ଆସିଥିଲେ । ଯୁବକ ଜଣକ କାଉଣ୍ଟର ଭିତରେ ଟଙ୍କା ଉଠାଉଥିବା ସମୟରେ ହଠାତ ଉକ୍ତ ଏଟିଏମ କାଉଣ୍ଟରରେ ଲାଗିଥିବା ଭଙ୍ଗା ଡୋରଟି ଯୁବକଙ୍କ ଉପରେ ଖସି ପଡିଥିଲା । ଫଳରେ ଡୋରରେ ଲାଗିଥିବା କାଚ ଭାଙ୍ଗିଯାଇ ସମ୍ପୃକ୍ତ ଯୁବକଙ୍କ ଡ଼ାହାଣ ଗୋଡରେ ଗଳିଯାଇଥିଲା । ଯାହାଦ୍ୱାରା ଯୁବକଙ୍କ ଗୋଡ଼ରେ ଏକ ବଡ କ୍ଷତ ସୃଷ୍ଟି ହେବା ସହ ପ୍ରଚୁର ପରିମାଣରେ ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସିତ କରାଇଥିବାବେଳେ କ୍ଷତ ସ୍ଥାନରେ ନଅ ଗୋଟି ଷ୍ଟିଜ ପଡ଼ିଥିବା ଯୁବକ ଜଣଙ୍କ କହିଛନ୍ତି । ସୂଚନା ଥାଉ କି ଉକ୍ତ ଷ୍ଟେଟ ବ୍ୟାଙ୍କ ଏଟିଏମଟି ବହୁ ଅବ୍ୟବସ୍ଥା ଭିତରେ ଗତିକରୁଥିବା ନେଇ ପୂର୍ବରୁ ବହୁବାର ଦୈନିକ ଖବରକାଗଜ "ସୂର୍ଯ୍ୟପ୍ରଭା’ରେ ପ୍ରକାଶ ପାଇଥିଲା । କେତେବେଳେ ଏଟିଏମ କାଉଣ୍ଟର ଭିତରେ ଲାଇଟ ଜଳୁନଥିବା ନେଇ ତ କେତେବେଳେ ଗ୍ରାହକ ମାନେ ଟଙ୍କା ଉଠାଣ ସମୟରେ କରେଣ୍ଟ ଚାଲିଯିବା ଦ୍ୱାରା ଆକାଉଣ୍ଟରୁ ପଇସା କଟିଯିବା ଓ ପରେ ଟଙ୍କା ନ ବାହାରିବାରୁ ଗ୍ରାହକ ମାନେ ହଟହଟା ହେବା କଥା ଘଟଣାକୁ ନେଇକି ହେଉ । କିନ୍ତୁ ବ୍ୟାଙ୍କ ତାକୁ ଅଣଦେଖା କରିଥିଲା । କିନ୍ତୁ ଆଜି ଘଟିଥିବା ଘଟଣାରେ ଉକ୍ତ ଏଟିଏମ ଡୋରର କାଚ ଜଦି ସମ୍ପୃକ୍ତ ଯୁବକଙ୍କ ଗୋଡ଼ ବଦଳରେ ତାଙ୍କ ଗଳାରେ କିମ୍ବା ଅନ୍ୟ କୌଣସି ସମ୍ବେଦନଶୀଳ ସ୍ଥାନରେ ବାଜି ଥାନ୍ତା ତା ହେଲେ ନିଶ୍ଚିନ୍ତ ଏକ ବଡ ଅଘଟଣ ଘଟିବା କଥାକୁ ଏଡ଼ାଇ ଦିଆଯାଇ ପାରି ନଥାନ୍ତା । ତେଣୁ ଗ୍ରାହକ ମାନଙ୍କ ନିରାପତା ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଉକ୍ତ ଷ୍ଟେଟ ବ୍ୟାଙ୍କ ଏଟିଏମକୁ ଉପଯୁକ୍ତ ମରାମତି କରିବାକୁ ଗ୍ରାହକ ଦାବି କରିଛନ୍ତି ।