‘ମୋ ଢେଙ୍କାନାଳ’ ମହୋତ୍ସବ

 ଢେଙ୍କାନାଳ:  ଢେଙ୍କାନାଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ ଏବଂ ମୋ’ ଢେଙ୍କାନାଳ ଚ୍ୟାନେଲ ଚ୍ୟାନେଲର ୬ଷ୍ଠ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ମୋ ଢେଙ୍କାନାଳ ମହୋତ୍ସବର ଉଦ୍ୟାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉଦ୍ୟାପନୀ ଉତ୍ସବରେ ପୂର୍ବତନ ସାଂସଦ ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି, ସମ୍ମାନିତ ଅତିଥି ଭାବରେ ପୌର ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ସମାଜସେବୀ ସୋମେନ୍ଦ୍ର ପଟ୍ଟନାୟକପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବାର୍ଷିକ ପତ୍ରିକା ‘ମୋ ପ୍ରତିଭା ମୋ ପରିଚୟ’କୁ ଲୋକାର୍ପିତ କରିବା ସହ ବିଭିନ୍ନ ଦିଗରେ ଜିଲ୍ଲା ପାଇଁ ଗୌରବ ଆଣିଥିବା ପ୍ରତିଭାଧାରୀ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସେବା କ୍ଷେତ୍ରରେ ରାଜ କିଶୋର ବେହେରା, ସଂଗଠନ କ୍ଷେତ୍ରରେ ବିଭୁତି ପଟ୍ଟନାୟକ, ସଙ୍ଗୀତ ପାଇଁ ଗଣେଶ ମିଶ୍ର, ନୃତ୍ୟ ପାଇଁ ଅର୍ପିତା ମିଶ୍ର, ନାଟ୍ୟ ପାଇଁ ବିଜୟ ମିଶ୍ର, ଚିତ୍ରକଳା ପାଇଁ ବିଜୟ ସ୍ୱାଇଁ, ଫିଲ୍ମି ଏଡିଟିଙ୍ଗ୍ ପାଇଁ ପ୍ରଜ୍ଞା ପ୍ରିୟଦର୍ଶନ, ମଡେଲିଙ୍ଗ୍ କ୍ଷେତ୍ରରେ ଅଙ୍କିତା ପରିଡା, ସତ୍ୟପ୍ରଭା ମହାନ୍ତି ଓ ଆକାଂକ୍ଷା ପ୍ରିଦର୍ଶିନୀ ଓ ଶ୍ରେଷ୍ଠ ଇଂରାଜୀ ବିଦ୍ୟାଳୟ ପାଇଁ ଡିଏଭି ସ୍କୁଲ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ପରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଗୁରୁଦେବଜୀ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ମୋ ଢେଙ୍କାନାଳର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରଥମେ ମୋ ଢେଙ୍କାନାଳର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ଉପରେ କହିଥିଲେ । କାର୍ଯ୍ୟକ୍ରମକୁ ଗୁରୁଦେବଜୀ ଫାଉଣ୍ଡେସନର ଶତ୍ରୁଘନ ମାଟି, ବିଜୟ କୁମାର ମିଶ୍ର, ମମତା ମହନ୍ତ, ଅର୍ପିତା ମିଶ୍ର, ସ୍ୱପ୍ନା ମୁଦୁଲି, ଲିଟୁ ଦେହୁରୀ, ପ୍ରୀତିସ୍ୱରୂପା ଦାଶ, ଆୟୁଶି ମିଶ୍ର, ଇନ୍ଦ୍ରଜିତ ସାହୁ, ପ୍ରତାପ ନାୟକ, ସୌଭାଗ୍ୟ ବରାଳ, ବିଶାଳ ଦାଶ, କାହ୍ନାଜି ମହାରଣା, ସରଗମ ସାହୁ, ସତ୍ୟଜିତ ଦଳେଇ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଚନ୍ଦନ ନାୟକ ମଞ୍ଚ ପରିଚାଳନା କରିଥିବାବେଳେ ଦୀପ୍ତିବାଳା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନଗରପାଳ ଜୟନ୍ତୀ ପାତ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ହର୍ଷବର୍ଦ୍ଧନ ସିଂହଦେଓ, ସମାଜସେବୀ ଅକ୍ଷୟ ମହାନ୍ତି ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସନ୍ଧ୍ୟା ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ, ସମ୍ମାନିତ ଅତିଥି ଭାବେ ସରକାରୀ ମହିଳା ମହାବିଦ୍ୟାଳ ଅଧ୍ୟକ୍ଷା ଶକୁନ୍ତଳା ଜେନା, ସମାଜସେବୀ ରାଜନାରାୟଣ ତ୍ରିପାଠୀ, ଡଃ. ରଜନୀକାନ୍ତ ତରାଇ, ସାନ୍ଧ୍ୟ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ସମୀର କୁମାର ସାହୁ ପ୍ରମୁଖ ଯୋଗଦାନ କରି ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ବ୍ଲକ୍ରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଆଗକୁ ନେବା ପାଇଁ ପ୍ରତିଯୋଗିତା ଆୟୋଜନ କରିବା ସହ ଜିଲ୍ଲାସ୍ତରରେ ପ୍ରତିଯୋଗିତା କରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର କରୁଥିବାରୁ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଦେଇଥିଲେ । ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଅଧ୍ୟାପିକା ଦୀପ୍ତିବାଳା ମିଶ୍ର, ସାହିତ୍ୟ କ୍ଷେତ୍ରରେ ସସ୍ମିତା ଦାସ, ଆଦର୍ଶ ଶିକ୍ଷକ ଅମିତ୍ କୁମାର ମିଶ୍ର, କ୍ରୀଡା କ୍ଷେତ୍ରରେ ବିଦୁ୍ୟସ୍ମିତା ଭୋଇ, ଶିଶୁ ନୃତ୍ୟଶିଳ୍ପୀ ସୁରେଶ୍ୱରୀ ହୋତାଙ୍କୁ ମୋ ଢେଙ୍କାନାଳ ଚ୍ୟାନେଲ୍ର ୬ଷ୍ଠ ବାର୍ଷିକୋତ୍ସବ ତଥା ମୋ ଢେଙ୍କାନାଳ ମହୋତ୍ସବ ଅବସରରେ ଅତିଥିମାନେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।