ଚିକିତ୍ସା ପରେ ଜଙ୍ଗଲକୁ ଗଲା ଦନ୍ତା 

ଚିକିତ୍ସା ପରେ ଜଙ୍ଗଲକୁ ଗଲା ଦନ୍ତା 

ଢେଙ୍କାନାଳ: ଚିକିତ୍ସା ପରେ ଆହତ ଦନ୍ତାକୁ ଜଙ୍ଗଲରେ ଛଡାଯାଇଥିବା ଜଣାପଡିଛି । ପ୍ରକାଶ ଯେ, ଷଡ଼ଙ୍ଗୀ ରେଞ୍ଜ ଅଧୀନ ଆଙ୍କୁର୍ଦ୍ଦା ଗ୍ରାମର ସଂନିକଟ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ରହୁଥିବା ହାତୀମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଗୋଟିଏ ଦନ୍ତା ହାତୀ ଗୁରୁତର ଭାବରେ ଆହତ ହୋଇ ଜଙ୍ଗଲ ମଧ୍ୟରେ ଅସୁସ୍ଥ ଅବସ୍ଥାରେ ପଡି ରହିଥିଲା । ଖବର ପାଇ ବନ ବିଭାଗର ଜିଲ୍ଲା ମୁଖ୍ୟ ଅଧିକାରୀ ସୁମିତ କୁମାର କର ଓ ଅନ୍ୟ ବନ ଅଧିକାରୀଙ୍କ ସମେତ ଷଡ଼ଙ୍ଗୀ ରେଞ୍ଜ ଅଧିକାରୀଙ୍କ ଉପସ୍ଥିତିରେ ହାତୀର ରେସକ୍ୟୁ ଦଳ ଘଟଣାସ୍ଥଳରେ ପହଞ୍ôଚ ଉକ୍ତ ଆହତ ଦନ୍ତାକୁ ପ୍ରଥମେ ଟ୍ରାଙ୍କୁଲାଇଜେର କରାଯାଇଥିଲା । ଏହାପରେ କପିଳାସ ଜୁର ପ୍ରାଣୀଧନ ଚିକିତ୍ସକ ଡାକ୍ତର ଆଶିଷ ଚକ୍ରବର୍ତ୍ତୀ ଉକ୍ତ ଆହତ ଦନ୍ତା ହାତୀର ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷତାକ୍ତ ଜାଗା ଗୁଡିକୁ ଟ୍ରିଟମେଣ୍ଟ କରିଥିଲେ । ପରେ ହାତୀଟି ସୁସ୍ଥ ଅନୁଭବ କରିବା ପରେ ଜଙ୍ଗଲ ମଧ୍ୟକୁ ଚାଲିଯାଇଛି । ଘଟଣାସ୍ଥଳରେ ବନ କର୍ମଚାରୀ ଓ ହାତୀ ସ୍କ୍ୱାର୍ଡ ଦଳ ଉପସ୍ଥିତ ରହି ଉକ୍ତ ଆହତ ଦନ୍ତା ହାତୀର ଗତିବିଧି ଉପରେ ନଜର ରଖିଥିବା ଜଣାପଡିଛି ।