ରେମୁଣା ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

ବାଲେଶ୍ୱର : ରେମୁଣା ବିଜେପି କାର୍ଯ୍ୟାଳୟ ବାଲିଆଠାରେ ବିଶାଳ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ରେମୁଣା ନିର୍ବାଚନ ମଣ୍ଡଳୀର ବିଧାନସଭା ସଂଯୋଜକ କାର୍ତ୍ତିକ ଚନ୍ଦ୍ର ଗିରିଙ୍କ ସଭାପତିତ୍ୱରେ ଆୟୋଜିତ କର୍ମୀ ସମ୍ମିଳନୀରେ ସର୍ବପ୍ରଥମେ ବାଘାଯତୀନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଲୋକସଭା ପ୍ରଭାରୀ ଆଶୁତୋଷ ପରିଡ଼ା, ଲୋକସଭା ସଂଯୋଜକ ଶୁଭଙ୍କର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁ୍ୟରାମ ପରିଡ଼ା, ବିଧାନସଭା ପ୍ରଭାରୀ ଆଶିଷ ଘୋଷ, ଜିଲ୍ଲା ଉପସଭାପତି ମିନାକ୍ଷୀ ମହାପାତ୍ର, ଉପସଭାପତି କମଳା ବିନ୍ଧାଣି ,ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ବିପିନ ମାରାଣ୍ଡି, ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ସିପ୍ରାରେଖା ମହାପାତ୍ର, ମଣ୍ଡଳ ସଭାପତି ଯଥା କାହ୍ନୁ ଚରଣ ବେହେରା, ଭୋଳାନାଥ ପାତ୍ର, ମଳୟ କୁମାର ବିଶ୍ୱାଳ, ବିଭୂତି ରଞ୍ଜନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଉଭୟ ସାଂସଦ ପ୍ରାର୍ଥୀ ଓ ରେମୁଣା ବିଧାନସଭା ପ୍ରାର୍ଥୀଙ୍କୁ ଦଳ ତରଫରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେମାନଙ୍କୁ ଦଳୀୟ ଉତ୍ତୋରିୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା । ମିଶ୍ରଣ ପର୍ବରେ ମିଶିଥିବା ବିଭିନ୍ନ ଦଳର କାର୍ଯ୍ୟକର୍ତ୍ତା ବିଶ୍ୱନାଥ ପଣ୍ଡା, ସହାର୍ଦା କୋଏଲ ଇଣ୍ଡିଆ ଇଲେକ୍ଟ୍ରିକାଲ ଇିନିୟର ଅଂଶୁମାନ ପଣ୍ଡା, ହେମନ୍ତ କୁମାର, ଜୟଶ୍ରୀ ଭୁଇ, ବନିତା ମହାଳିକ, ଦିପୁ ମହାଳିକ, ମାମା ଜେନା ଇତ୍ୟାଦି କରିଆ ପଞ୍ଚାୟତର ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ସରପଞ୍ଚ, କାଉନସିଲର, ସମିତି ସଭ୍ୟ, ୱାର୍ଡ ମେମ୍ବର, କାଉନସିଲର, ବିଭିନ୍ନ ସୋସାଇଟିର ସଭାପତି, ମତ୍ସ୍ୟଜୀବୀ ସଂଘର ସଭାପତି ଓ ବୁଥସ୍ତର ପର୍ଯ୍ୟନ୍ତ ·ରି ହଜାରରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ସାଂସଦ ପ୍ରାର୍ଥୀ ଶ୍ରୀ ଷଡ଼ଙ୍ଗୀ, ବିଧାୟକ ପ୍ରାର୍ଥୀ ଶ୍ରୀ ଦାସ ପ୍ରମୁଖ ଅତିଥି ବୃନ୍ଦ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ଗଢ଼ିବା ପାଇଁ ଉତ୍ସାହିତ କରିଥିଲେ । ଶେଷରେ ·ରି ନମ୍ବର ୱାର୍ଡର କାଉନସିଲର ଶିବଶଙ୍କର ରୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।