ବେଧଡ଼କ ଚାଲିଛି କୋଇଲା ଚୋରା ଚାଲାଣ
ଚାନ୍ଦବାଲି : ପୁଣି ସକ୍ରିୟ ହୋଇଛନ୍ତି ଚୋରା କୋଇଲା ମାଫିଆ । ଭଦ୍ରକ ଧାମରା ଚଳନ୍ତା ରେଳରୁ ବିପଦ ସଂକୁଳ ଭାବେ ଜୀବନକୁ ବାଜିରେ ଲଗାଇ କୋଇଲା ଚୋରି କରି ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚାଲାଣ କରୁଛନ୍ତି ମାଫିଆ । ରାତି ଅଧରେ ଦ୍ରୁତ ଗତିରେ ଅତି ବିପଦ ପୂର୍ଣ୍ଣ କୋଇଲା ଚୋରା ଚାଲାଣ ହେଉଛି । ୧୦୦ ରୁ ଅଧିକ ଗତିରେ ଗାଡ଼ି ଚଳାଉଥିବା ନଜରକୁ ଆସୁଛି । ଏମିତି ଘଟଣା ଦେଖିବାକୁ ମିଳୁଛି ଘଣ୍ଟେଶ୍ୱର ଫାଣ୍ଡି ଅଧିନ ମାଣିପୁର ଗ୍ରାମରେ । କିଛିଦିନ ଘଣ୍ଟେଶ୍ୱର ଫାଣ୍ଡି ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପଡୁଥିବା ବେଳେ ଚୋରା କୋଇଲା ପଛରେ ଘଣ୍ଟେଶ୍ୱର ପୋଲିସ ।ପ୍ରତେକ ଦିନ ରାତିରେ ମୋଟା ଅଙ୍କରେ ଅର୍ଥ ନେଇ ୩୦ରୁ ଅଧିକ ଚୋରା କୋଇଲା ପିକପ ଚାଲାଣ କୁ ପଶ୍ରୟ ଦେଉଥିବା ସାଧାରଣ ରେ ଅଭିଯୋଗ ହେଉଛି । ଏହି ଚୋରା କୋଇଲା କାରବାରେ ବିରୋଧ କଲେ ଅଭିଯୋଗକାରୀଙ୍କୁ ପିଟି ପିଟି ଜୀବନରୁ ମାରି ଦେବାକୁ ପଛାଉ ନାହାନ୍ତି ମାଫିଆ ମାନେ । ଘଣ୍ଟେଶ୍ୱର ପୋଲିସ ମୋଟା ଅଙ୍କରେ ଅର୍ଥ ନେଇ ଏହି କାରବାରକୁ ପଶ୍ରୟ ଦେଉଥିବା ଅଭିଯୋଗ ହେଉଛି । ତୁରନ୍ତ ଏହି ଘଟଣାରେ ଏସ୍ପି ତଦନ୍ତ କରିବା ସହିତ ଚୋରା କୋଇଲା ଚାଲାଣରେ ସମ୍ପୃକ୍ତ ଥିବା ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି ।
 
 Rasmita Behera
                                    Rasmita Behera                                 
    
 
    
 
 
 
