ବେବି ଦଳରୁ ବହିଷ୍କୃତ

 ଯାଜପୁର : ସୁକିନ୍ଦା ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ବିଶ୍ୱଜିତ ଦାସ (ବେବି)ଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ବିଜେଡ଼ିରୁ ବହିସ୍କୃତ କରାଯାଇଛି । ଶନିବାର ସୁକିନ୍ଦା ବ୍ଲକ ବିଜେଡ଼ି ସଭାପତି ବିବେକାନନ୍ଦ ବୋଷ ବେବିଙ୍କୁ ବହିସ୍କାର କରିଥିବା ନେଇ ପ୍ରେସ ଇସ୍ତାହାରରେ ସୂଚନା ପ୍ରଦାନ କରିଛନ୍ତି । ବେବି ସୁକିନ୍ଦା ବିଜେଡ଼ିର ଜଣେ ଟାଣୁଆ ନେତା ଭାବେ ଜଣାଥିବା ବେଳେ ୨୦୦୭ରୁ ୧୦୧୨ ପର୍ଯ୍ୟନ୍ତ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଉଥିଲେ । ଯେଉଁ ସମୟରେ ବରିଷ୍ଠ ନେତା ପ୍ରଫୁଲ ଘଡ଼ାଇ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ ଥିଲେ । ପ୍ରଫୁଲଙ୍କ ପରେ ତାଙ୍କ ସୁପୁତ୍ର ପ୍ରୀତିରଂଜନଙ୍କୁ ଜିତାଇବାରେ ତାଙ୍କର ବେଶ ଭୁମିକା ରହିଥିଲା । ତେବେ ବହିସ୍କାର ସଂପର୍କରେ ବେବିଙ୍କ ମତାମତ ନେବାକୁ ଚେଷ୍ଠା କରାଯାଇଥିଲେ ହେଁ ତାହା ସମ୍ଭବ ହୋଇନଥିଲା ।