ବେସାହାରା ଶିଶୁଙ୍କୁ ସହାୟ ହେଲା ସାମାଜିକ ସଂଗଠନ

 ନିଶ୍ଚିନ୍ତକୋଇଲି  : ସାପ କାମୁଡାରେ ବାପ ମା’ଙ୍କୁ ହରାଇ ବେସାହାରା ଦୁଇ ଶିଶୁଙ୍କୁ ସାହାଯ୍ୟର ହାତ ବଢାଇଲା କଟକ ସଦରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ କଳମିଶ୍ରି ପଂଚାୟତ ଅଧିନସ୍ଥ ପୁରୁଣାପାରୀ ଗ୍ରାମର ମାନସ କୁମାର ବାରିକ ଓ ତାଙ୍କ ସ୍ତ୍ରୀ ନମିତା ରାଉତଙ୍କର ସାପ କାମୁଡାରେ ଅକାଳ ବିୟୋଗ ଘଟିଥିଲା । ଏଥିରେ ସୌଭାଗ୍ୟ ବଶତଃ ବଞ୍ଚô ଯାଇଥିବା ୩ ବର୍ଷର ପୁଅ ସ୍ୱୟଂସିଧୁ ଓ ୧୦ ବର୍ଷର ଝିଅ କଲ୍ୟାଣୀ ବାରିକ ବାପା ମାଆଙ୍କର ମୃତୁ୍ୟ ପରେ ବେସାହାରା ହୋଇଯାଇଛନ୍ତି । ଏହି ଭଳି ହୃଦୟ ବିଦାରକ ଖବର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କଟକ ସଦରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ତଥା ଶିକ୍ଷାବିତ୍ ମନୋଜ ନାୟକ ତାଙ୍କ ଘରକୁ ଯାଇ ଦୁଇ ବେସାହାର ଶିଶୁଙ୍କୁ ସହାୟତା ଯୋଗାଇ ଦେବା ସହ ଦୁଇ ଶିଶୁ କିଭଳି ଆଗାମୀ ଦିନରେ ପାଠ ପଢିବେ ସେ ସଂପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ଉପଦେଷ୍ଟା ବିଜୟ କୁମାର ନାୟକ, ପୂର୍ବତନ ସରପଂଚ ତଥା ସଂଗଠନର ବରିଷ୍ଠ କାର୍ଯ୍ୟକର୍ତ୍ତା ଅଭିମନୁ୍ୟ ସାହୁ, ସର୍ବେଶ୍ୱର ସ୍ୱାଇଁ, ପୂର୍ବତନ ସମିତିସଭ୍ୟ ସୁରଥ ସାହୁ, ଉଦୟ ସାମଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସଂଗଠନର ଏଭଳି କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।