ଦୁର୍ଘଟଣାରେ ପୁଲିସର ଅମାନବିକତା ନେଇ ଏସପିଙ୍କୁ ତଦନ୍ତ ନିଦେ୍ର୍ଦଶ


ାା ପ୍ରଭାନୁ୍ୟଜ ।ା ଯାଜପୁର,: ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ରାସ୍ତାରେ ଅନେକ ପରିବାର ସର୍ବସ୍ୱାନ୍ତ ହୋଇଯାଉଛନ୍ତି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଅନେକ କ୍ଷେତ୍ରରେ ପୁଲିସ ଗମ୍ବୀରତାର ସହ ନେଉନାହିଁ । ଦିନକୁ ଦିନ ଆଇନ କଡା ହେଉଥିଲେ ବି ପୁଲିସର  ଅମାନବିକତା ବେପରୁଆ ଚାଳକଙ୍କୁ ଉସôାହିତ କରୁଛି । ଏଭଳି ଏକ ଦୁର୍ଘଟଣାରେ ପୁଲିସର ଭୂମିକା ନେଇ ମୁଖ୍ୟମନ୍ତ୍ରୀ ଏବଂ ଗୃହ ସଚିବଙ୍କ ହସ୍ତକ୍ଷେପ ପରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଯାଜପୁର ଏସପିଙ୍କୁ ନିଦେ୍ର୍ଦଶ ଆସିଛି । 
ଏଥିନେଇ ଜେନାପୁର ଥାନାରେ ରୁଜୁ ହୋଇଥିବା ଏତଲା ନଂବର-୨୨୮/୨୩ରେ ହୋଇଥିବା ଅଭିଯୋଗରୁ ପ୍ରକାଶ ଗତ୧୦ ଅଗଷ୍ଟ ୨୦୨୩ ରିଖରେ ଗୋଡିପାଟିଆ ଗ୍ରାମର ସାମାଜିକ କର୍ମୀ କୁଳମଣୀ ପ୍ରଧାନ ମୋଟର ସାଇକେଲରେ ନିଜ ଭାଇଙ୍କୁ ବସାଇ ଘରକୁ ଫେରୁଥିଲେ । ବରଡାଛକରୁ ମାତ୍ର ୨ କିଲୋମିଟର ପୂର୍ବରୁ ୬ ଚକିଆ ଟ୍ରକ ନଂବର- ଓଆର୧୬ବି-୨୩୧୨ ତାଙ୍କୁ ସାଇଡ ମାରିଥିଲା । ଉଭୟ ଅଳ୍ପକେ ବଞ୍ଚିଗଲେ । ହେଲେ ଏହାର ମାତ୍ର ଗୋଟିଏ କିଲୋମିଟର ଦୂରରେ ଟ୍ରକଟି ଠିଆ ହୋଇଥିବାର ଦେଖି ଟ୍ରକ ଡ୍ରାଇଭରକୁ ଏପରି କରିବା ନେଇ ପଚରା ଯିବାରୁ ଟ୍ରକର ଡ୍ରାଇଭର କୁଳମଣୀଙ୍କୁ ଗାଳି ଗୁଲଜ କରିବା ସହ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ । ଏପରିକି ଟ୍ରକ ଡ୍ରାଇଭର ଏମାନଙ୍କୁ ଧକ୍କା ମାରିଥିଲେ । ଉଭୟ ଡରିଯାଇ ଘଟଣା ସ୍ଥଳରୁ ନିଜ ଘର ଅଭିମୁଖେ ପଳାଇ ଯାଇଥିଲେ । ଏହାପରେ ପୁନଶ୍ଚ ଟ୍ରକଟି ଖୁବ ଜୋରରେ ଉକ୍ତ ମୋଟର ସାଇକେଲକୁ ଓଭରଟେକ କରିଥିଲା । ପୁନଶ୍ଚ ଟ୍ରକଟି ପଛକୁ ଦ୍ରୁତ ବେଗରେ ଆସି ଏହି ମୋଟର ସାଇକେଲ ଉପରେ ଚଢାଇ ଦେଲା । ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ଘଟିଲା ସେଠାରେ ରାସ୍ତା କାମ ଚାଲି ଥିବାରୁ ମୋଟର ସାଇକେଲଟି ଅନ୍ୟ କେଉଁ ପଟକୁ କାଟି ଦେବାର ସୁଯୋଗ ନଥିଲା । ପଛରେ ବସିଥିବା କୁଳମଣୀଙ୍କ ଭାଇ ମୋଟର ସାଇକେଲ ଧୀରଗତିରେ ଥିବାରୁ ଡେଇଁ ପଡିଥିଲେ । ଟ୍ରକର ପଛଚକ କୁଳମଣୀଙ୍କ ଜଂଘ ଉପରେ ଚଢିଥିଲା । ସଙ୍କଟଜନକ ଅବସ୍ଥାରେ କୁଳମଣୀଙ୍କୁ କଟକ ବଡ ଡାକ୍ତରଖାନା ନିଆଯାଇଥିଲା । ଏହି ଘଟଣା ପରେ ପୁଲିସ ଘଟଣାର ଠିକ ଭାବେ ଅନୁଧ୍ୟାନ କଲାନାହିଁ । କୁଳମଣୀ କିମ୍ବା ତାଙ୍କ ଭାଇଙ୍କ ମତାମତ ନନେଇ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଏବଂ ଚାଳକଙ୍କୁ ଛାଡି ଦେବା ପାଇଁ ଉଦ୍ୟମ କଲା । ପୁଲିସ ଚାର୍ଜସିଟରେ ବ୍ୟାପକ ଅନିୟମିତତା କରାଯାଇଛି । ଟ୍ରକର ବିଭିନ୍ନ କାଗଜପତ୍ର ନଥିବା ବେଳେ ଜାଲିଆତି କାଗଜପତ୍ର ଆଧାରରେ ଚାର୍ଜସିଟ ପ୍ରସ୍ତୁତ ହୋଇଥିବାରୁ ଚାଳକ ଏବଂ ଟ୍ରକ ସହଜରେ ମୁକ୍ତ ହୋଇଛନ୍ତି ବୋଲି ବରିଷ୍ଠ ଯୁବନେତା ତଥା ସଡକ ସୁରକ୍ଷା କମିଟି ସଭ୍ୟ ସତୀଶ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ଏବଂ ଗୃହ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ ।  ସତୀଶ ଦର୍ଶାଇଛନ୍ତି ଯେ, ମୋଟରଯାନ ଆଇନ ୧୯୮୮, ଧାରା ୧୯ଏବଂ ଧାର ୧୮୪ ଅନୁଯାୟୀ ଜଣେ ଡ୍ରାଇଭରଙ୍କ ଭୁଲ ପାଇଁ କାହା ମୃତୁ୍ୟ ହେଲେ ଡ୍ରାଇଭରଙ୍କ ଲାଇସେନ୍ସ ରଦ୍ଦ ହେବା ନେଇ ବିଚାର କରାଯିବ । ହେଲେ ଏକ୍ଷେତ୍ରରେ ପୁଲିସର ଚଞ୍ଚକତା ପାଇଁ ଏଭଳି ନିଷ୍ଠୁର ଆଚରଣ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ । ଅତୀତରେ ଏଠାରେ ଜଣେ ମା ଏବଂ ଝିଅ ଗୋଟିଏ ସ୍କୁଟିରେ ଫେରୁଥିବା ବେଳେ ଜନୈକ ଡ୍ରାଇଭର ଉଭୟଙ୍କୁ ରାସ୍ତାରେ ବିଭିନ୍ନ ସ୍ଥାନରେ କମେଣ୍ଟ ମାରିଥିଲେ । ଏଥିପାଇଁ ଆରୁହା ଛକ ନିକଟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ଟ୍ରକକୁ ଅଟକା ଯାଇଥିଲା । ଏଥିପାଇଁ ସ୍ଥାନୀୟ ଲୋକେ ଉକ୍ତ ଟ୍ରକ ଡ୍ରାଇଭରଙ୍କୁ ବିରକ୍ତି ହୋଇଥିଲା । ଏଥିରେ ପ୍ରତିକ୍ରିୟାଶୀଳ ଡ୍ରାଇଭର ଉକ୍ତ ସ୍କୁଟିକୁ ପିଛା କରି ଚଢେଇଧରା ନିକଟରେ ସ୍କୁଟି ଉପରେ ସିଧାସଳଖ ଟ୍ରକ ଚଢାଇ ମା ଓ ଝିଅଙ୍କୁ ଘଟଣା ସ୍ଥଳରେ ମାରି ଦେଇଥିଲା । ଏହି ଘଟଣା ସମଗ୍ର ରାଜ୍ୟରେ ଘୋର ଆଲୋଡନ ସୃଷ୍ଟି କରିଥିଲା । ତେଣୁ ଏଭଳି ଘଟଣାରେ ପୁଲିସ ନିଜର ମାନବିକତା ଏବଂ ବିବେକାନୁମୋଦିକ କାର୍ଯ୍ୟ କରିବାକୁ ସତୀଶ ନିବେଦନ କରିଥିଲେ । ଏହି ଆଧାରରେ ଓଡିଶା ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ଉପସଚିବ ମିନାକ୍ଷୀ ବେହେରା ପତ୍ର ନଂବର-୩୦୨୯୯ ତା୨୨.୦୮.୨୪ ଯାଜପୁର ଏସପିଙ୍କୁ ପ୍ରଦାନ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ।