ସ୍ୱାୟତ୍ତ ଶାସନ ଉପଲକ୍ଷେ କବାଡି ପ୍ରତିଯୋଗିତା
ଆସିକା : ଓଡିଶା ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସିକା ଟାଉନ ହଲ ଠାରେ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର, ବିଜେଡି ନଗର ସଭାପତି ସତ୍ୟ ନାରାୟଣ ସ୍ୱାଇଁ, କାଉନସିଲର ନିରଂଜନ ମହାନ୍ତି, ନିଗମାନନ୍ଦ ରାଉତ, ଭାସ୍କର ବେହେରା, ଉପାଧ୍ୟକ୍ଷା ପ୍ରତିନିଧି ନରେଶ ବିଷୋୟୀ, ବଣିକ ସଂଘର ସମ୍ପାଦକ ସିମାଞ୍ଚଳ ପରିଡା ପ୍ରମୁଖ ଉପସ୍ଥିତ ଥିବାବେଳେ ସିଇଓ ମାନସୀ ରାଣୀ ସାହୁ ଓ ଦୀପ୍ତି ମୟୀ ସାହୁ ସଂଯୋଜନା କରିଥିଲେ । ଆୟୋଜିତ ଏହି କବାଡି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ପୁରୁଷ ବିଭାଗର ୦୭ଗୋଟି ଏବଂ ମହିଳା ବିଭାଗର ୦୩ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ବ୍ରହ୍ମପୁର ପଞ୍ଚମା ଦଳ ଓ ମହିଳା ବିଭାଗରେ ଆସିକା ଦଳ ବିଜେତା ହୋଇଥିବା ଜଣାପଡିଛି । ଆଗାମୀ ସ୍ୱାୟତ୍ତ ଶାସନ ଦିବସ ଦିନ ପୁରୁଷ ବିଭାଗର ବିଜେତା ଦଳକୁ ୦୫ ହଜାର ଟଙ୍କା ସହ ମାନପତ୍ର ଏବଂ ଉପବିଜେତାକୁ ୩ ହଜାର ଟଙ୍କା ସହ ମାନପତ୍ର ଏବଂ ମହିଳାର ବିଜେତାକୁ ୩ ହଜାର ଓ ଉପବିଜେତାକୁ ୨ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବା । ଏହି କବାଡି ମ୍ୟାଚରେ ରେଫେରୀ ରୂପେ ଅଲେଖ ସେଠୀ, ଅଂଶୁମାନ ବିଷୋୟୀ, ଅନିଲ ସ୍ୱାଇଁ, କାର୍ତ୍ତିକ ପଟ୍ଟନାୟକ ରହିଥିବାବେଳେ ଅନେକ କର୍ମଚାରୀ ସହଯୋଗ କରିଥିଲେ ।