ବ୍ରାହ୍ମଣୀ ବାଲି ଘାଟରେ ମାଫିଆଙ୍କ ଉତ୍ପାତ : ଖଣି ଅଧିକାରୀ ଓ ଡ୍ରାଇଭରକୁ ମାଡ
କୁଆଖିଆ: ବାଲି ମାଫିଆ ମାନେ ଏବେ ରକ୍ତମୁଖା ପାଲଟି ଯାଇଥିବା ଦେଖିବାକୁ ମିଳିଛି । କୌଣସି ସରକାରୀ ନିୟମ କାନୁନକୁ ଫୁକରି ଉଡେଇ ଦେଇ ଖୋଲମ ଖୁଲା ନଦୀରୁ ବାଲି ଉଠେଇ ବିକ୍ରି କରୁଥିବା ବେଳେ ଏହାକୁ ବିରୋଧ କଲେ ସେମାନଙ୍କ ଆକ୍ରମଣର ଶିକାର ହେବାକୁ ପଡୁଛି । ଯାହାର ଉଦାହରଣ ଦେଖା ଦେଇଛି ଆଜି ରସୁଲପୁର ତହସିଲ ଅଞ୍ଚଳ ପ୍ରଥମଖଣ୍ଡ ପଞ୍ଚାୟତ ଗୋପାଳପୁର ବାଲି ଘାଟରେ ।
ସୂଚନା ଅନୁଯାୟୀ ଏହି ଗ୍ରାମର ବ୍ରାହ୍ମଣୀ ନଦୀ ଘାଟରୁ ବେଆଇନ ବାଲି ଚାଲାଣ ହେଉଥିବା ନେଇ ଜିଲ୍ଲା ଖଣିଜ ବିଭାଗ ନିକଟରେ ଖବର ପହଁଞ୍ଚିବା ପରେ ଆଜି ସକାଳ ୮. ୩୦ ସମୟରେ ଜୁନିଅର ଖଣି ଅଧିକାରୀ ଶୀତେଶ କୁମାର ନାୟକ ପାଣି କୋଇଲି ପୁଲିସ ଫୋର୍ସ ନେଇ ସେଠାରେ ଚଢ଼ାଉ କରିଥିଲେ । ଘାଟରେ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଗୁଡିକୁ ଜବତ କରି କୁଆଖିଆ ଥାନାକୁ ଆଣୁଥିବା ବେଳେ ବାଟରେ ଜବତ ଟ୍ରାକ୍ଟର ନମ୍ବର ଓଡି୧୭୭ଏଲଡି-ଓ୨୪୫୧, ଚେଚିସ ନମ୍ବର ସିଡବ୍ଲୁ ଆରଏସପି୧୫୨୭୫୯୫୩, ଇଂଜିନ ନମ୍ବର - ୩୧୦୨ଏନଏଲ୪୪କେ୧୫୧୦୫୨୮ ଏଫ୩୩ର ଡ୍ରାଇଭର ରଞ୍ଜନ ଜେନା (କାବୁଲା )ପିତା - ମଙ୍ଗୁଳି ଜେନା, ପ୍ରଥମଖଣ୍ଡ, ସେହି ପଚାୟତର ପୂର୍ବତନ ସରପଞ୍ଚ ସୁଶାନ୍ତ ବେହେରାଙ୍କୁ ଖବର ଦେଇ ଥିଲେ । ପୂର୍ୱ ଯୋଜନା ମୁତାବକ ସୁଶାନ୍ତ ଘଟଣା ସ୍ଥଳରେ ପହଁଚିବା ପରେ ଡ୍ରାଇଭର ରଞ୍ଜନ ଜେନା ଏସ୍କଟରେ ଆଣୁଥିବା ପୁଲିସ କଳ୍ପତରୁ ସାହୁଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଯାହା ଫଳରେ ପୁଲିସ କଳ୍ପତରୁ ଆହତ ହୋଇଥିଲେ । ଘଟଣା ସ୍ଥଳରୁ ଆହତ କଳ୍ପତରୁଙ୍କୁ ଉଦ୍ଧାର କରି ମେଡିକାଲ ପଠାଇ ଅଧିକାରୀ. ଶ୍ରୀ ନାୟକ ସେମାନଙ୍କ ବିରୁଦ୍ଧରେ ଏତଲା ଦାଏର କରିଛନ୍ତି । କୁଆଖିଆ ପୁଲିସ ଅଧିକାରୀଙ୍କ ଏତଲାକୁ ଆଧାର କରି ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ ନମ୍ବର - ୩୭୫/୨୫ ମାମଲା ୠଜୁ କରି ଘଟଣାର ଛାନବିନ କରୁଥିବା ଏସ ଆଇ ଜ୍ୟୋତିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।