ଜମି ବିବାଦକୁ ଗଣ୍ଡଗୋଳ; ଥାନାରେ ଅଭିଯୋଗ

ବଡଚଣା  : ବଡଚଣା ଥାନା ସୁଙ୍ଗୁଡା ଗ୍ରାମରେ ଜମି ବିବାଦ ନେଇ ଗଣ୍ଡଗୋଳ ଘଟିଥିବା ବେଳେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବାକୁ ଚଢାଉ ଜାରୀ ରଖିଛି । ଖବର ମତେ ଉକ୍ତ ଗ୍ରାମର ସ୍ୱର୍ଗତ ହାକିମ ଖାଁ ଓ ତାଙ୍କ ସାନ ଭାଇ ରାଇ ନାମରେ ଏକ ଜମି ରହିଥିଲା । ରାଇ ତାଙ୍କ ଅଂଶକୁ ନୂତନ ମଜିଦ ନିର୍ମାଣ ପାଇଁ ବସ୍ତିର କିଛି ଲୋକଙ୍କ ମାର୍ଫତରେ ନିଜ ଅଂଶକୁ ବିକ୍ରି କରିଥିଲେ । ଉକ୍ତ ଜମି ବିକ୍ରିକୁ ନେଇ ପରେ ବିବାଦ ଉପୁଜିଥିଲା । ଜମିକୁ ଲାଗିଛି ସୁଙ୍ଗୁଡା ଲକ୍ଷ୍ମଣ ବାଲାଜୀ ପୁରାତନ ମଠ ଏବଂ ସେ ଜମିକୁ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ ଅଂଶୀଦାର ବଡ ଭାଇ ସ୍ୱର୍ଗତ ହାକିମ ଖାଁଙ୍କ ପୁଅ ୟାସିନ । ଏବାବଦରେ ସୁଙ୍ଗୁଡା ମୁସଲିମ ବସ୍ତିର ମୂରବୀ ଗ୍ରାମ୍ୟ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ମଠ ପରିସରରେ ଉକ୍ତ ଜମିକୁ ଅଂଶୀଦାର ୟାସିନକୁ ବିକ୍ରି କରିଦେବା ପାଇଁ ମୁସଲିମ ବସ୍ତି ପକ୍ଷରୁ ରାଜି ହୋଇ ଏକ ଲିଖିତ ଆକାରରେ ଆଗୁଆ ଟଙ୍କା ଦେବା ନେବା ବାବଦରେ ୫୦ ହଜାର ଟଙ୍କା ୟାସିନଙ୍କ ପିତା ସ୍ୱର୍ଗତ ହାକିମ ଖାଁ ଠାରୁ ଅଗ୍ରିମ ମୁସଲିମ ବସ୍ତି ପଞ୍ଚାୟତ ନେଇଥିଲା । ପରବର୍ତୀ ସମୟରେ ନା ତାଙ୍କୁ ଜମି ଦେଲେ ନା ତାଙ୍କ ଟଙ୍କା ଫେରସ୍ତ କଲେ । ଏବିଷୟରେ ରାଜା ବସ୍ତିର ମସଜିଦ ନିର୍ମାଣ ପାଇଁ ଗଠିତ କମିଟିକୁ କହିଥିଲେ ବି ଏହାର ସମାଧାନ କରିନଥିଲେ । ଏଘଟଣାକୁ ଆପୋଷ ସମାଧାନ ପାଇଁ ସ୍ଥାନୀୟ କିଛି ଭଦ୍ର ବ୍ୟକ୍ତିଙ୍କ ମଧ୍ୟସ୍ଥାରେ ବୈଠକ ଡକାଯାଇଥିଲା । ଭଦ୍ର ବ୍ୟକ୍ତିଙ୍କ ପରାମର୍ଶରେ ବିବାଦୀୟ ଜମିକୁ ଅଂଶୀଦାର ୟାସିନଙ୍କୁ ବିକ୍ରି ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଜମିର ମୂଲ୍ୟ ବାବଦରେ ୫ହଜାର ଟଙ୍କା ୟାସିନଙ୍କ ଠାରୁ ମସଜିଦର୧୦ଜଣିଆ କମିଟି ନେଇଥିଲେ । ପରେ ୟାସିନଙ୍କୁ ଜମି ଦେଲେନି କିମ୍ବା ଟଙ୍କା ମଧ୍ୟ ଫେରସ୍ତ କଲେନି । ୟାସିନ ଶେଷରେ ନିରାଶ ହୋଇ ଏବିଷୟରେ ଚଣ୍ଡିଖୋଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ଆଜି ଏକ ବିବାଦୀୟ ପରିସ୍ଥତି ସୃଷ୍ଟି ହେବା ସହ ଅପରପକ୍ଷ ସଂଘବଦ୍ଧ ଭାବେ ୟାସୀନ ଓ ତାଙ୍କ ସାନ ଭାଇଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଦୁଇଭାଇ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ବଡଚଣା ଥାନାରେ ଅଭିଯୋଗ କରିଛନ୍ତି ।