ନାବାଳିକା ଝିଅକୁ ଅନ୍ତଃସତ୍ତ୍ୱା କଲା ପୋଷ୍ୟ ବାପା, ଅଭିଯୁକ୍ତ ଗିରଫ
ଧର୍ମଶାଳା : ବାପ ଝିଅର ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ । ଜଣେ ବାପା ନିଜର ଜଣେ ପୋଷ୍ୟ ଝିଅ ସହିତ ଶାରିରୀକ ସମ୍ପର୍କ ରକ୍ଷାକରି ତାକୁ ଅନ୍ତସ୍ୱତା କରିଦେଇଥିବା ଘଟଣା ସମଗ୍ର ଧର୍ମଶାଳା ଅଞ୍ଚଳରେ ଏକ ଚର୍ଚ୍ଚର୍ାର ବିଷୟ ପାଲଟିଛି । ଧର୍ମଶାଳା ଥାନା ମିର୍ଜାପୁର ଗ୍ରାମରେ ଜନୈକ ଦିବ୍ୟାଙ୍ଗ ବ୍ୟକ୍ତି ଝିଅ କରି ରଖିଥିବା ଜନୈକା ନାବାଳିକା ସହିତ ଶାରିରୀକ ସମ୍ପର୍କ ରଖି ତାକୁ ଅନ୍ତସ୍ୱତା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ମିର୍ଜାପୁର ଗ୍ରାମର ଦିବ୍ୟାଙ୍ଗ ଅର୍ଜୁନ ବେହରା (୪୫)ଜଣେ ନାବାଳିକାକୁ ନିଜର ଝିଅ କରି ଘରେ ରଖିଥିଲେ । ଅର୍ଜୁନ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ନାବାଳିକାଟି ତାଙ୍କର ସେବା ସୁଶ୍ରୁସା କରି ତାଙ୍କ ଘରେ ରହୁଥିଲା । ଏହାର ସୁଯୋଗ ନେଇ ଅର୍ଜୁନ ଉକ୍ତ ନାବାଳିକା ସହିତ ଶାରୀରିକ ସମ୍ପର୍କ ରକ୍ଷା କରିବା ଫଳରେ ସେ ୫ମାସର ଅନ୍ତସ୍ୱତା ହୋଇଥିବା ଜଣାପଡିଛି । ତେବେ ଲୋକଲଜ୍ୟା ଯୋଗୁଁ ପୀଡିତା ଜଣକ ନିଜ ଘରେ ଏସମ୍ପର୍କରେ ଜଣାଇନଥିଲା । ଅନ୍ୟପକ୍ଷେ କାହାରିକୁ କହିଲେ ତାକୁ ଜୀବନରୁ ମାରି ଦିଆଯିବ ବୋଲି ଅଭିଯୁକ୍ତ ଧମକ ଦେଇଥିଲା ବୋଲି ପୀଡିତା ତାର ମା ଆଗରେ ସ୍ୱିକାର କରିଛି । ତେବେ ଏନେଇ ପୀଡିତାର ମା ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୫୭୨/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଅର୍ଜୁନକୁ ଗିରଫ କରି ଡକ୍ତରୀ ମାଇନା କରିବା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି । ସେହିପର ପୀଡିତା ନାବାଳିକାର୧୬୪ରେକର୍ଡ ବୟାନ କରାଯିବା ପାଇଁ ତାକୁ ଯାଜପୁର ଟାଉନସ୍ଥିତ ସଟଷ୍ଟେ ହୋମରେ ରଖାଯାଇଛି ବୋଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝି ସୂଚନା ଦେଇଛନ୍ତି ।