ହରମୋହନ୍ ମହାପାତ୍ର ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଭଦ୍ରକ ୟୁନିକ୍ ୧୧ ଚାମ୍ପିଅନ୍

ଭଣ୍ଡାରିପୋଖରୀ : ହରମୋହନ ମହାପାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଚଳିତ ବର୍ଷ ଚାମ୍ପିଅନ୍ ଭଦ୍ରକ ୟୁନିକ୍ ଇଲେଭେନ୍ ହୋଇଛି । ଆଦର୍ଶ କ୍ରିକେଟ୍ କ୍ଲବ ବାଲେଶ୍ୱର ଓ ଭଦ୍ରକ ୟୁନିକ୍ ଇଲେଭେନ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭଦ୍ରକ ୟୁନିକ୍ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୨୭୭ ରନ୍ ସ୍କୋର କରିଥିଲା ।  ଜବାବରେ ବାଲେଶ୍ୱର ଆଦର୍ଶ କ୍ଲବ ଦଳ ୧୬ ଓଭରରେ ସମସ୍ତ ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲା । ଅବିନାଶ ସିଂ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ରାମଚନ୍ଦ୍ର ଦାଶ ଓ ଦେବବ୍ରତ ଦାସ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ଶୋଭନ ଶଙ୍ଖୁଆ ଓ ଜ୍ୟୋତିରଞ୍ଜନ ଦେ ସ୍କୋରର ଓ ପ୍ରଦୀପ ଜେନା ଭାଷ୍ୟକାର ଦାଇତ୍ୱ ତୁଲାଇଥିଲେ । ଶେଷରେ ସାଜସେବୀ ଗୋଲକ ଚନ୍ଦ୍ର ବେହେରା ମୁଖ୍ୟଅତିଥି, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣୀତ କାନ୍ତି ସାମଲ, ସରପଞ୍ଚ ମିନତୀ ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ସମାଜସେବୀ ବିକ୍ରମ ମହାପାତ୍ର, ଗିରିଶ ସାମଲ ଶ୍ରୀକାନ୍ତ ପାଇକରାୟ, ପୂର୍ବତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ବିଜୟ ଶଙ୍କର ମହାନ୍ତି, ସମ୍ମାନିତଅତିଥି ଭାବେ ଯୋଗ ଦେଇ ଚାମ୍ପିଅନ୍ ଓ ରନରର୍ସଅପ ଦଳକୁ ପୁରସ୍କୃତ କରିଥିଲେ ।