ବ୍ଲକସ୍ତରୀୟ କୃଷି ଉପଦେଷ୍ଟା କମିଟି ଗଠିତ
ବଲାଙ୍ଗୀର : ବଲାଙ୍ଗିର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ବ୍ଲକସ୍ତରୀୟ କୃଷି ଉପଦେଷ୍ଟା କମିଟି ଗଠିତ ହୋଇଛି । ସଭାରେ ବ୍ଲକ କୃଷି ଅଧିକାରୀ ତଥା ବ୍ଲକ ବୈଷୟିକ ଆବାହକ ବିଶ୍ୱଜିତ ପାଟ୍ଟଯୋଷି ସଭାପତିତ୍ୱ କରିଥିଲେ । ସଭାରେ ସହକାରୀ କୃଷି ଅଧିକାରୀ ସୁଜାତା ଛାତ୍ରିଆ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ସଭ୍ୟ/ସଭ୍ୟାମାନଙ୍କୁ ସ୍ୱାଗତ କରି ଉପସ୍ଥାପନ କରିଥିଲେ । ଏଥିରେ ପଶୁ ସମ୍ପଦ ବିଭାଗ ସ୍ୱର୍ଣ୍ଣପ୍ରଭା ଶତପଥି ସରକାରୀ ପ୍ରାଣୀ ଚିକିତ୍ସକ ଅଧିକାରୀ, ମତ୍ସ୍ୟ ବିଭାଗର ପ୍ରକାଶ କୁମାର ଶତପଥି, ସହକାରୀ ଶସ୍ୟ ଅଧିକାରୀ, ଉଦ୍ୟାନ ବିଭାଗର ସୁଚିସ୍ମିତା ମେହେର ସହକାରୀ ଉଦ୍ୟାନ ଅଧିକାରୀ, ଶିଶୁ ଉନ୍ନୟନ ଅଧିକାର ବିଭାଗର ଶୁଭଶ୍ରୀ ପାଢି, ସହକାରୀ ବୈଷୟିକ ପରି·ଳକ ଗୁଣାକାର ବାରିକ, ଅକ୍ଷୟ କୁମାର ଘିବେଲା, ନମିତା ବାରିକ ଉପସ୍ଥିତ ଥିଲେ । ନରହରି ରାଉଳଙ୍କୁ ସର୍ବସମ୍ମତିକ୍ରମେ ବ୍ଲକସ୍ତରୀୟ କୃଷି ଉପଦେଷ୍ଟା କମିଟିର ଅଧ୍ୟକ୍ଷ ମନୋନୀତ କରାଗଲା । ସଭ୍ୟ ଗୋଲାପ ବାଗ, ପ୍ରଦୁ୍ୟମ୍ନ ହୋତା, ବାଳକୃଷ୍ଣ ବେହେରା, ଜୟକୃଷ୍ଣ ମିଶ୍ର, ଉଦୟ ନାଏକ, ବୃନ୍ଦାବନ ନାଏକ, ସଭ୍ୟ ପଲ୍ଲବୀ ପଧାନ, ମମତା ନାଏକ, ରୁଚିତା ଅର୍ଚ୍ଚନା ନେଗୀ, ପ୍ରମିଳା ରାଉତ, ରିନା ଭରାସାଗର, ଶୋଭାମତୀ ଜାଲ, ଖେଳନା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ପଲ୍ଲବୀ ପଧାନ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟିର ସାଧାରଣ ବର୍ଗ ମହିଳା ବିଭାଗ ସଭ୍ୟା ହେବା ପାଇଁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ସଭା ଶେଷରେ ନୂତନ ଭାବେ କମିଟି ଅଧ୍ୟକ୍ଷ ନରହରି ରାଉଳ ଓ ସଭ୍ୟା ପଲ୍ଲବୀ ପ୍ରଧାନ ପୁଷ୍ପମାଳ ଦେଇ ସଭ୍ୟମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।