ପ୍ରେମିକାର ଝୁଲନ୍ତା ଶବ ଉଦ୍ଧାର ଘଟଣା : ପ୍ରେମିକ ଓ ତାଙ୍କ ବଡ ଭାଇକୁ ବାନ୍ଧିଲା ପୁଲିସ
ତିହିଡି: ଭଦ୍ରକ ଜିଲ୍ଲା ପୀରହାଟ ଥାନା ପଇତପୁରରେ ପ୍ରେମିକ ଦୁଆରେ ପ୍ରେମିକାର ଝୁଲନ୍ତା ଶବ ଉଦ୍ଧାର ଘଟଣା ସଂପ୍ରତି ଭିନ୍ନ ମୋଡ୍ ନେଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ମୂଳେ ପ୍ରେମିକ ଓ ତାଙ୍କ ବଡ ଭାଇକୁ ବାନ୍ଧିଲା ପୁଲିସ । ମୃତା ସାପକାତିଆର ଗାଁର ନିରଞ୍ଜନ ଦାସଙ୍କ ଝିଅ ଗାୟତ୍ରୀ ଦାସ(୨୨) ବୋଲି ଜଣାଯାଇଛି ।
ଗିରଫ୍ ଅଭିଯୁକ୍ତ ଦ୍ୱୟ ପଇତିପୁର ଗାଁର ଅମୂଲ୍ୟ ଦାସ ଓ ବିଜୟ ଦାସ । ତେବେ ଅମୂଲ୍ୟ ଦାସ ମୃତାଙ୍କ ପ୍ରେମିକ ବୋଲି ଚର୍ଚ୍ଚା ହେଉଛି । ଉଭୟଙ୍କ ମଧ୍ୟରେ କିଛିମାସ ହେବ ପ୍ରେମ ସମ୍ପର୍କ ଥିବା କୁହାଯାଉଛି । ଉଭୟଙ୍କୁ କୋର୍ଟ ·ଲାଣ କରାଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ସୂଚନା ମୁତାବକ, ଏହି ଥାନାଧିନ ଗୋବିନ୍ଦପୁର ପଞ୍ଚାୟତ ଅଧିନ ପଇତପୁର ଗାଁର ଗିରଫ୍ ଅଭିଯୁକ୍ତଙ୍କ ଘର ଦୁଆରେ ଗତ ତା ୪ ତାରିଖ ସକାଳେ ବାରସର ପଞ୍ଚାୟତ ଅଧିନ ସାପକାତିଆ ଗାଁର ଗାୟତ୍ରୀ ଦାସଙ୍କ ଶବ ଉଦ୍ଧାର ହୋଇଥିଲା । ସ୍ଥାନୀୟ ଲୋକେ ହତ୍ୟା କରାଯାଇଥିବା ନେଇ ସନେ୍ଦହ ପ୍ରକଟ କରିଥିବା ବେଳେ ପରିବାର ଲୋକେ ପୁଲିସର ସ୍ୱତନ୍ତ୍ର ତଦନ୍ତ ଦାବି କରିଥିଲେ । ପୋଲିସ ପ୍ରାଥମିକ ସ୍ତରରେ ଏକ ଅପମୃତୁ୍ୟ ମାମଲା ୦୧/୨୫ ରୁଜୁ କରି ତଦନ୍ତ ଚଳାଇ ଆସୁଥିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ଅପମୃତୁ୍ୟ ମାମଲାଟି ହତ୍ୟା ମାମଲାକୁ ଟର୍ଣ୍ଣ କରିଛି । ରିପୋର୍ଟରେ ଯୁବତୀଙ୍କୁ ସ୍ୱାଶରୁଦ୍ଧ କରାଯାଇ ମାରି ଦିଆଯାଇଥିବା ଜଣା ଯାଇଛି । ସେଦିନର ଶବର ସ୍ଥିତି ମଧ୍ୟ ଭିନ୍ନ ଥିଲା । ଆତ୍ମହତ୍ୟାରୁ ରୂପ ଦେବା ଲାଗି ଗାୟତ୍ରୀ ଦାସଙ୍କୁ ଦୁଆର ମୁହଁରେ ବେକରେ ଆପ୍ରୋନ୍ ଲଗାଇ ଟାଙ୍ଗି ଦିଆଯାଇଥିବା ସନେ୍ଦହ କରାଯାଉଥିଲା । ତେବେ ରିପୋର୍ଟ ଆସିବା ପରେ ପୋଲିସ ତରଫରୁ ଗତ ୨୯.୦୧.୨୫ତାରିଖରେ ଏକ ହତ୍ୟା ମାମଲା ୨୩/୨୫ ରୁଜୁ କରାଯାଇ ସନେ୍ଦହ କରାଯାଉଥିବା କେତେକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା । ଆଇଆଇସି ଅଜୟ କୁମାର ମୁର୍ମୁ ଏହାର ତଦନ୍ତ ଭାର ନେଇଥିବା ବେଳେ ଖୋଦ୍ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଏସଡିପିଓ ପର୍ଯ୍ୟାୟକ୍ରମେ କ୍ଷେତ୍ରୀୟ ତଦନ୍ତ ସହ ସନେ୍ଦହ କରାଯାଉଥିବା ଲୋକଙ୍କୁ ତଦନ୍ତ କରିଥିଲେ । ଶେଷରେ ଗିରଫ୍ ଅଭିଯୁକ୍ତ ଦ୍ୱୟ ଅମୂଲ୍ୟ ଦାସ ଓ ବଡଭାଇ ବିଜୟ ଦାସଙ୍କର ଲାଏ ଡିକ୍ଟେସନ୍ କରାଯାଇଥିଲା ଯାହା ପୋଜିଟିଭ୍ ଥିବା ପୁଲିସ ଜାଣିବାକୁ ପାଇଥିଲା । ଶେଷରେ ସେମାନଙ୍କୁ ଗିରଫ୍ କରାଯାଇ କୋର୍ଟ ·ଲାଣ କରାଯାଇଛି । ଏଠାରେ ସୂଚନା ଥାଉକି, ସାପକାତିଆ ଗାଁର ନିରଞ୍ଜନ ଦାସଙ୍କ ଝିଅ ଗାୟତ୍ରୀ ଦାସ(୨୨) ଗତ ଜାନୁଆରି ୩ ତାରିଖ ସଂଧ୍ୟା ପ୍ରାୟ ୭.୩୦ ଘଟିକାରୁ କୁଆଡେ ପଳେଇ ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି କୌଣସି ସନ୍ଧାନ ପାଇନଥିବା ବେଳେ ୪ ତାରିଖ ସକାଳ ପ୍ରାୟ ୮ ଘଟିକାରେ ପଇତପୁର ଗାଁର ବସନ୍ତ ଦାସଙ୍କ ଘର ଦୁଆରେ ଏକ ଶବ ଝୁଲୁଥିବାର ଖବର ପାଇଥିଲେ । ପରିବାର ଲୋକେ ଯାଇ ଦେଖନ୍ତି ଶବ ଝୁଲୁଛି ଏବଂ ସେ ଗାୟତ୍ରୀ ବୋଲି ଚିହ୍ନଟ କରିଥିଲେ । ତେବେ ଗାୟତ୍ରୀଙ୍କ ମୃତୁ୍ୟର ସଠିକ୍ ତଦନ୍ତ କରିବା ଲାଗି ତାଙ୍କ ବାପା ନିରଞ୍ଜନ ଦାସ ଥାନାରେ ଏତଲା ଦେଇଥିଲେ ।