ହଜରତ୍ ପୀର ମିସକିନ୍ସାହା ବାବାଙ୍କ ବାର୍ଷିକୋତ୍ସବ
ତିହିଡି : ତିହିଡି ସିନେ୍ଦାଳ ଓ ମଙ୍ଗଳପୁର ପଞ୍ଚାୟତର ମଧ୍ୟମ ସ୍ଥଳ ଇନ୍ଦିରିଆ-ସନ୍ଥପୁରାରେ ହଜରତ୍ ପୀର ମିସକିନ୍ସାହା ବାବାଙ୍କ ୫୯ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଦୁଇଦିନ ବ୍ୟାପୀ ଉକ୍ତ ଉତ୍ସବରେ ତକରିଲ୍ ଓ କୱାଲୀ କାର୍ଯ୍ୟକ୍ରମରେ ଶହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ରବିବାର ପୂର୍ବାହ୍ନରେ ମୌଲାନା ପୂଜାର୍ଚ୍ଚନା କରିବା ପରେ ବାବାଙ୍କ ଉତ୍ସବ ଆରମ୍ଭ ହୋଇଥିଲା । ·ଦର ଚଢା ସହିତ ସଂଧ୍ୟାରେ ଭୁବନେଶ୍ୱର, ବାଲେଶ୍ୱର, ଜଳେଶ୍ୱର, ଭଦ୍ରକ ଓ ଧାମନଗରରୁ ମୌଲାନାଙ୍କ ଦ୍ୱାରା ତକରିଲ୍ କାର୍ଯ୍ୟକ୍ରମ ହୋଇଥିଲା । ଉତ୍ତର ପ୍ରଦେଶରୁ ଆସିଫ୍ ସାବ୍ରି ଓ ଦିଲ୍ଲୀରୁ ସୁଲତାନ୍ ସାବ୍ରିଙ୍କ କୱାଲୀ କାର୍ଯ୍ୟକ୍ରମ ହୋଇଥିଲା । ମୁସଲମାନ ଭାଇଭଉଣୀଙ୍କ ସମେତ ହିନ୍ଦୁ ସଂପ୍ରଦାୟର ଲୋକମାନେ ମଧ୍ୟ ଯୋଗ ଦେଇଥାନ୍ତି । ସିନେ୍ଦାଳ ଓ ମଙ୍ଗଳପୁର ପଂଚାୟତ ଜନପ୍ରତିନିଧିଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେଇଥିଲେ । ଆଜାଦ୍ ହିନ୍ଦ କ୍ଲବର ସଭାପତି ଅଇମଦ୍ ଖାଁ, ସମ୍ପାଦକ ସେକ ମହମ୍ମଦ ତାଜୁଦ୍ଦିନ, ନସିମ ଖାଁ, ସମୃଲ ହୋଦା, କାଙ୍ଗାଳି ସାହା, ସୟଦ୍ ଏଲାଉଦ୍ଦିନ, ଗୋରାବାବୁ ସାହା, ସୟଦ୍ କାଦର, ସୟଦ୍ ମୁସ୍ତାକ, ତମଜୁଲ ସାହା, ଅମରୁଲ୍ଲୀ ଖାଁ, ଅନିଲ ଖାଁ, ସୟଦ୍ କଲନ୍ଦର ପ୍ରମୁଖ ପରିଚାଳନା କରିଥିଲେ ।