ବ୍ୟବସାୟ ହରାଇ ଦୁର୍ଦ୍ଦିନରେ ମହିଳା ଉଦ୍ୟୋଗୀ
ବିଞ୍ଝାରପୁର: କେନ୍ଦ୍ର ହେଉ କି ରାଜ୍ୟ ସରକାର ମହିଳାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ବିଭିନ୍ନ ଯୋଜନା ମାନ କରୁଛନ୍ତି । ମହିଳା ମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ, ସେଥିପାଇଁ ପ୍ରୋସôାହିତ କରୁଛନ୍ତି । ମହିଳା ସ୍ୱାବଲମ୍ବୀ ହେଲେ ପରିବାର, ସମାଜ ଏବଂ ଦେଶର ଅଗ୍ରଗତି ଘଟିବାର ଆହ୍ୱାନ ଦେଇ ମହିଳା ମାନଙ୍କୁ ଉସôାହିତ କରୁଛନ୍ତି । ଯେଉଁଥିରେ ମହିଳାଟିଏ ନିଜର ତଥା ପରିବାରର ଆର୍ଥୀକ ସ୍ଥିତିକୁ ସୁଦୃଢ କରିବା ନିମନ୍ତେ ମହିଳା ମାନେ ମଧ୍ୟ ଆଗେଇ ଆସି ନିଜର କରିସ୍ମା ଦେଖାଉଛନ୍ତି । ତେବେ ବିଞ୍ଝାରପୁର ବ୍ଲକ ଅଞ୍ଚଳର ଜନୈକା ମହିଳା ସ୍ୱାବଲମ୍ବୀ ହେବାକୁ ଆଗେଇ ଆସିଥିଲେ ହେଁ ବୀମା କମ୍ପାନୀର ଖାମଖିଆଲ ମନୋଭାବ ତାଙ୍କୁ ହତୋସôାହିତ କରିଛି । ମିଳିଥିବା ଖବର ଅନୁସାରେ, କଲ୍ୟାଣପୁର ପଞ୍ଚାୟତ ରୁଦ୍ରପୁର ଗ୍ରାମର ମହିଳା ଉଦ୍ୟୋଗୀ ହିମାଦ୍ରୀ ସାମଲ ଋଣ କରି ଏକ ଲିଲାଣ୍ଡ ୧୨ଚକିଆ ହାଇୱା ଗାଡି କିଣି ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଏହି ଗାଡିକୁ ଲିଜ ସୂତ୍ରରେ ଓଏମ୍ସି ମାଇନ୍ସ ଖଣ୍ଡାଧାରରେ ନିୟୋଜିତ କରି ଭଲ ଦୁଇ ପଇସା ରୋଜଗାର କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ଓଡି ୦୯ ପି-୨୫୯୯ ନଂ ବିଶିଷ୍ଟ ଲିଲାଣ୍ଡ ୧୨ଚକିଆ ହାଇୱା ଗତ ୪/୪/୨୦୨୨ରେ ଉକ୍ତ ମାଇନ୍ସ ଭିତରେ ଦୁର୍ଘଟଣାଗସ୍ତ ହୋଇ କ୍ଷତିଗସ୍ତ ହୋଇଥିଲା । କ୍ଷତିଭରଣ ପାଇଁ କମ୍ପାନୀ ୟୁନାଇଟେଡ୍ ଇଣ୍ଡିଆ ବୀମା କମ୍ପାନୀକୁ ହିମାଦ୍ରୀ ଅବଗତ କରିଥିଲେ । ତେବେ ବୀମା କମ୍ପାନୀ ର୍ଦୁଘଟଣା ସ୍ଥଳ ପରିଦର୍ଶନ କରି ଗାଡିର ସର୍ଭେ କରି ଗାଡି ଖୋଲିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ଗାଡି ଖୋଲାଯିବା ପରେ ୟୁନାଇଟେଡ୍ ଇଣ୍ଡିଆ ବୀମା କମ୍ପାନୀ ବହୁ ବିଳମ୍ବ କରି ଦୀର୍ଘ ୫ ମାସ ପରେ ଡ୍ରାଇଭର ଲାଇସେନ୍ସ ଇନଭାଲିଡ ଥିବା ଦର୍ଶାଇ ହିମାଦ୍ରୀଙ୍କୁ ଚିଠି କରି କମ୍ପାନୀ ଠକିଦେବାକୁ ମସୁଧା କରିଥିଲା । ଏହାକୁ ନେଇ ହିମାଦ୍ରୀ ୟୁନାଇଟେଡ ଇଣ୍ଡିଆ ବୀମା କମ୍ପାନୀ ଓ ଚୋଲା ଫାଇନାନ୍ସ କମ୍ପାନୀ ରିରୋଧରେ ୨୬ା୯ା୨୦୨୨ରେ ଖାଉଟି କୋର୍ଟର ଦ୍ୱାରସ୍ତ ହୋଇଥିଲେ । କୋର୍ଟରେ ହିମାଦ୍ରୀଙ୍କ ସପକ୍ଷରେ ରାୟ ମିଳିବା ସହିତ ବୀମା କମ୍ପାନୀଙ୍କୁ ନିଦ୍ଧାରିତ କ୍ଷତି ପୁରଣ ପାଇଁ ୯ ପ୍ରତିଶତ ସୁଧ ହାରରେ ପ୍ରଦାନ କରିବା ସହିତ ୫୦ହଜାର ଜରିମାନା ପ୍ରଦାନ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ତେବେ କୋର୍ଟଙ୍କ ନିଦେ୍ଦଶକୁ ଅବମାନନା କରି ବୀମା କମ୍ପାନୀ ଆଜି ପର୍ଯ୍ୟନ୍ତ ହିମାଦ୍ରୀଙ୍କୁ କ୍ଷତି ପୂରଣ ପ୍ରଦାନ କରିନାହାଁନ୍ତି । ଫଳରେ ହିମାଦ୍ର ନିଜର ବ୍ୟବସାୟ ହରାଇ ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି । ନ୍ୟାୟ ପାଇଁ ହିମାଦ୍ରୀ ବାରମ୍ବାର କୋର୍ଟ କଚେରୀ ଧାଉଁଥିଲେ ମଧ୍ୟ ବୀମା କମ୍ପାନୀ ଠାରୁ କ୍ଷତି ପୁରଣ ପାଇପାରୁନାହଛନ୍ତି । ଏଭଳିସ୍ଥିତିରେ ବୀମା କମ୍ପାନୀ ପକ୍ଷରୁ ମଧ୍ୟ କୋର୍ଟରେ ଏକ ମାମଲା ରୁଜ କରାଯାଇଛି । ଫଳରେ ଘଟଣା ବିଚାରାଧିନ ରହିଥିବାରୁ କୌଣସି ସିଦ୍ଧାନ୍ତ ହୋଇପାରିନାହିଁ । ଯାହାକୁ ନେଇ ହିମାଦ୍ରୀ କ୍ଷୋଭ ପ୍ରକାଶ କରିବା ସହିତ ବ୍ୟାଙ୍କରୁ କରିଥିବା ଋଣ ସୁଝି ନପାରି ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି । ଜଣେ ମହିଳା ହୋଇ ଏହି ଗାଡି ବ୍ୟବସାୟରୁ ପରିବାର ପ୍ରତିପୋଷଣ କରି ଗୁଜୁରାଣ ମେଣ୍ଟାଉଥିବା ହିମାଦ୍ରୀ ଏବେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଏଭଳି କ୍ଷେତ୍ରରେ ହିମାଦ୍ରୀଙ୍କୁ ତୁରନ୍ତ କିଭଳି ବୀମା ରାଶି ମିଳିବ ଓ ତାଙ୍କ ଗାଡି ପୁଣି ସଠିକ ହୋଇ କାର୍ଯ୍ୟକ୍ଷମ ହୋଇପାରିବ ସେ ଦିଗରେ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ହିମାଦ୍ରୀ ।