ବ୍ୟବସାୟୀଙ୍କ ପରଲୋକ

ପାରାଦୀପ:  ପାରାଦୀପ ବଡପଡ଼ିଆ ମାର୍କେଟ ର ପୁରାତନ ତଥା ପ୍ରାକ୍ତନ ଟେଲର ବ୍ୟବସାୟୀ ନାଜ୍ଜୁରାମ ମୁଣ୍ଡା (୭୨)ଙ୍କ ବିୟୋଗରେ ପାରାଦୀପ ପୋର୍ଟ ବଣିକ ସଙ୍ଘ ପକ୍ଷରୁ ସଙ୍ଘ କାର୍ଯ୍ୟାଳୟ ପରିସରରେ ଗୁରୁବାର  ସକାଳେ ଏକ ଶୋକସଭା  ଅନୁଷ୍ଠିତ ହୋଇଯାଇଛି । ବଣିକ ସଙ୍ଘ ସଭାପତି କ୍ଷୀରୋଦ କୁମାର ସ୍ୱାଇଁଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶୋକସଭା ରେ ସଂଘର କାର୍ଯ୍ୟକାରୀ ସଭାପତି ଗୋଲେଖ ଚନ୍ଦ୍ର ସାହୁ, ଉପସଭାପତି ପ୍ରୀତିରଞ୍ଜନ ମହାପାତ୍ର, ସହ ସମ୍ପାଦକ ଶକ୍ତିକାନ୍ତ ଦାସ, କୋଷାଧ୍ୟକ୍ଷ ସୋମନାଥ ଖୁଣ୍ଟିଆ, ସଦସ୍ୟ ମୁରଲୀ ରାଓ, ପ୍ରଶାନ୍ତ ପରିଡା, ଦେବାଶିଷ ସାହୁ, ପ୍ରକାଶ ସାହୁ ପ୍ରମୁଖଙ୍କ ସମେତ  କାର୍ଯ୍ୟକର୍ତ୍ତା ଓ ବ୍ୟବସାୟୀ ମାନେ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ତାଙ୍କ ସମନାର୍ଥେ ସକାଳେ କିଛି ସମୟ ପାଇଁ ମାର୍କେଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ସ୍ୱର୍ଗତ ମୁଣ୍ଡା ବଡପଡ଼ିଆ ମାର୍କେଟ ଅଞ୍ଚଳରେ ଦୀର୍ଘ ୪୦ ବର୍ଷ ହେବ ଦର୍ଜୀ ଭାବେ କାର୍ଯ୍ୟ କରି ଆସୁଥିଲେ ଏବଂ ମାର୍କେଟ ରେ ତାଙ୍କର ଜଣାଶୁଣା ଚାନ୍ସ ନାମକ ଏକ ଟେଲରିଙ୍ଗ ଦୋକାନ ରହିଛି । ସେ ଜଣେ ଅମାୟିକ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ବ୍ୟବସାୟୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।