ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
କେନ୍ଦ୍ରାପଡା: ମହାକାଳପଡା ବ୍ଲକ ଅନ୍ତର୍ଗତ ରାଜଗଡଗ୍ରାମପଞ୍ଚାୟତଠାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବ ନିର୍ଦ୍ଧାରିତ ସମୟ ପରବର୍ତ୍ତି ପୂର୍ବାହ୍ଣ ୮:୩୦ ଘଟିକା ଠାରୁ ପୂର୍ବାହ୍ଣ ଘ ୧୧.୩୦ ମିନିଟ୍ ପର୍ୟ୍ୟନ୍ତଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ମହାକାଳପଡାବିଡିଓ, ମହାକାଳପଡା ତହସିଲଦାର, ଡେପୁଟି କଲେକ୍ଟରଏବଂ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଂଟ୍ର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ । ଆଜିର ଅଭିଯୋଗ ଶୁଣାଣିରେ ମୋଟ୍ ୧୫୫ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥି ମଧ୍ୟରୁ ୨୧ଗୋଟି ସାମୁହିକ ଏବଂ ୧୩୪ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ୨୫ ହଜାର ଟଙ୍କା ୩ ଜଣଆବେଦନକାରୀଙ୍କୁ ଚେକ୍ ପ୍ରଦାନ ପାଇଁ ମଞ୍ଜୁର କରାଯାଇଛିଓବ୍ୟକ୍ତିଗତ ଅଭିଯୋଗ ମଧ୍ୟରେପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ ଯୋଗାଣ, ନୂତନରାସନ୍କାର୍ଡ ପ୍ରଦାନ, ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ, ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା, ଜମି ସମସ୍ୟା, ଚିକିସôା ପାଇଁ ଆର୍ଥିକ ସହାୟତାପାଇଁ ଆବେଦନ ପତ୍ର ଆଦି ଦରଖାସ୍ତଗୁଡିକ ମୁଖ୍ୟ ସ୍ଥାନରେ ଥିଲା । ସେହିପରି ସାମୁହିକ ଅଭିଯୋଗ ମଧ୍ୟରେ ଉନ୍ନୟନମୂଳକ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ, ପାନୀୟ ଜଳ ସମସ୍ୟା, ରାମଚଣ୍ଡୀ ମନ୍ଦିର ସୌନ୍ଦର୍ୟ୍ୟକରଣ, ରାସ୍ତା ଜବରଦଖଲ ଉଚ୍ଛେଦ, ରାସ୍ତା ମରାମତିତଥା ପ୍ରଶସ୍ତିକରଣ ଆଦି ଅଭିଯୋଗଗୁଡିକ ମୁଖ୍ୟ ସ୍ଥାନରେ ଥିଲା । ଏଗୁଡିକର ତୁରନ୍ତ ଫଇସଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳନିଦେ୍ର୍ଦଶ ଦେଇଛନ୍ତି ।