ଭଙ୍ଗା କୁଡିଆରେ ରମାମଣୀଙ୍କ ପରିବାର

 ବନ୍ତ:  ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ନିସହାୟ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ବହୁମୁଖ୍ ଯୋଜନା ପ୍ରଣୟନ କରିଛନ୍ତି । ତନ୍ମଧ୍ୟରୁ ମୁଣ୍ଡ ଉପରେ ଛାତ ପାଇଁ ଆବାସ ଯୋଜନା ଅନ୍ୟତମ । ଏହି ଭଳି ଘଟଣା ଦେଖିବାକୁ ମିଳିଛି ବନ୍ତ ବ୍ଲକ ରାମପୁର ପଞ୍ଚାୟତ ଅଳାଉତି ଜାମଝାଡି ଗ୍ରାମରେ । ରମାମଣୀ ଘଡ଼େଇ (୬୫), ଦୀର୍ଘ ୪୦ ବର୍ଷ ହେଲାଣି ସ୍ୱାମୀଙ୍କ ଦେହାନ୍ତ ହେଇଥିଲେ ମଧ୍ୟ ଆଜିବି ସରକାରୀ ଆବାସ ସାତ ସପନ ପାଲଟିଛି ତାଙ୍କ ପାଇଁ । ବାତ୍ୟାଦାନାରେଏହି କୁଡିଆ ଉପରେ ଗଛ ପଡିଯାଇଥିବା ବେଳେ, ଓଡ୍ରାଫ୍ ଟିମ୍ ଆସି ତଦାରଖ କରିଯାଇଥିଲେ । ଗ୍ରାମର ଗରିବ ଅସହାୟ ପରିବାର ବିଧବା ରମାମଣୀଙ୍କ ପୁତ୍ର ପୂର୍ଣ୍ଣଚନ୍ଦ୍ର ଜଣେ ଦିନ ମଜୁରିଆ । ପ୍ରତିଦିନ ଖଟିକି ଆଣିଲେ ୬କୁଟୁମ୍ବଙ୍କ ପରିବାର ଚଳେ । ଫଳରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଥିବା ବେଳେ, ଏକ ପକ୍କାଘର କରିବା କିପରି ସମ୍ବଭ । ଆଜି କାମ ଅଛି ତ କାଲି ନାହିଁ । ବିଭିନ୍ନ ସମୟରେ ସମସ୍ୟା ବାଧକ ସାଜୁଥିବା ବେଳେ, ତାଙ୍କର ପିଲାଙ୍କୁ ଅର୍ଥାଭାବରୁ ପଢ଼ିରେ ସମସ୍ୟା ସୃଷ୍ଟି ହେଉଛି । ଏହିପରି ଅବସ୍ଥାରେ ଆର୍ଥିକ ସମୂଳ ନ ଥିବାରୁ ମୁଣ୍ଡଗୁଞ୍ଜ ଥିବା ଭଙ୍ଗା ଦଦରା ଘରେ ଜୀବନ ବିତାଇବାକୁ ପଡୁଛି ପୁରା ପରିବାରକୁ  । ଅସରାଏ ବର୍ଷା  ହେଲେ ବାସ କରୁଥିବା କୁଡିଆରେ ନାନା ସମସ୍ୟା ସୃଷ୍ଟି ହେବା ସହ ଅସ୍ୱାସ୍ଥ୍ୟକର ପରିବେଶରେ ଜୀବନ ଯାପନ କରୁଛନ୍ତି । ରମମଣୀଙ୍କୁ ଏହି ଦୟନୀୟ ଅବସ୍ଥାକୁ ଲକ୍ଷ୍ୟକରି ପ୍ରଶାସନିକ ଅଧିକାରୀ ଗୁରୁତ୍ୱ ଦେଇ  ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ନ୍ତଭୁକ୍ତ କରିଏକ ଆବାସ ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି ।