ସୁଶାସନ ଓ ବିକାଶ କର୍ମଶାଳା
ପଟ୍ଟାମୁଣ୍ଡାଇ: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ନିଦେ୍ର୍ଦଶରେ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ସୁଶାସନ ଓ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିପିଡି ଓ ପିତାମ୍ବର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସୁଶାସନ ଓ ବିକାଶ କର୍ମଶାଳା ସଚେତନତା ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ବିଡ଼ିଓ ଅଶୋକ ମହାନ୍ତି, ବିଡ଼ିଓ ସନ୍ତୋଷ ମନ୍ତ୍ରୀ ପ୍ରମୁଖ ଯୋଗଦେଇ ସୁଶାସନ ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଓ ବିକାଶ ପାଇଁ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ । ବଡ଼ ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ ଓ ବାଛରା ସରପଞ୍ଚ ରଞ୍ଜିତା ସାହୁ ସୁଶାସନ ଓ ବିକାଶ କାର୍ଯ୍ୟକ୍ରମ ଉପରେ ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଅଙ୍ଗନବାଡି ଓ ଆଶା କର୍ମୀମାନେ ଯୋଗ ଦେଇଥିଲେ ।