ଗୋଖାଦ୍ୟ ବଣ୍ଟନରେ ଅନିୟମିତତା : ବିଡ଼ିଓଙ୍କୁ ଫେରାଇଲେ ଗ୍ରାମବାସୀ
ରାଜକନିକା : ବୈତରଣୀ ନଦୀ ଓ ତାର ଶାଖା ନଦୀ ପେଟା ନଦୀରେ ବନ୍ୟା ଆସିବାରୁ ରାଜକନିକା ବ୍ଲକର ତଳିଆ ଅଞ୍ଚଳ ଗୁଡିକ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିଲା । ରାଜ୍ୟ ସରକାର ଗୋରୁ ମାନଙ୍କୁ ଗୋଖାଦ୍ୟ ପ୍ରତ୍ୟକ ବ୍ଲକର ପ୍ରାଣୀ ଚିକସôାଳୟ ଅଧିକାରୀଙ୍କ ଦ୍ୱାରା ବଣ୍ଟନ କରାଯିବାର ନିୟମ ଥିବା ବେଳେ କିନ୍ତୁ ରାଜକନିକା ବ୍ଲକର ଯେ ପ୍ରାଣୀ ଚିକିସôାଳୟ ଅଧିକାରୀ ଅଛନ୍ତି ତାଙ୍କ ନାମରେ ଗୋଖାଦ୍ୟ ଅନିୟମିତତା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ରାଜକନିକା ବ୍ଲକ ପ୍ରଧାନପଡା ପଞ୍ଚାୟତର ଅନ୍ତର୍ଗତ ୧ ନମ୍ୱର ୱାର୍ଡ ଗହମପାଳ ଗାଁ ଥିବାବେଳେ ଗାଁ ରେ ପାଖାପାଖି ୩୦୦ଶହରୁ ଉର୍ଦ୍ଧ ପରିବାର ବାସ କରୁଥିବା ତେବେ ସେମାନଙ୍କର ଗୃହ ପାଳିତ ପଶୁ ପାଖାପାଖୁ ଷାଠିଏ ରୁ ଉର୍ଦ୍ଧ ଗୋରୁ ଥିବା ବେଳେ ମାତ୍ର ୨ ବସ୍ତା ଦାନ ଦେଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଗାଁରେ ଅସନ୍ତୋଷ ଦେଖିବାକୁ ମିଳିଛି । ଆଜି ଗହମପାଳ ଗାଁର କିଛି ଲୋକେ ସେହି ଦନାକୁ ନେଇ ରାଜକନିକା ବ୍ଲକର ବିଡ଼ିଓଙ୍କୁ ଫେରିଥିଲେ ଦେଖିବାକୁ ମିଳିଛି । ତେବେ ରାଜ୍ୟ ସରକାରଙ୍କ ନିୟମ ମୁତାବକ ପ୍ରତି ଗୋରୁ ପିଛା ତିନି କିଲୋ ଲେଖାଏ ଦାନା ତିନିଦିନ ପାଇଁ ନିୟମ ଥିବା ବେଳେ କେମିତି ଚଳିତ ବନ୍ୟାରେ ପ୍ରଭାବିତ ଗୋରୁଙ୍କୁ ଗଣନା ନ କରି ଭେଟେନାରୀ ଅଫିସର ପୂର୍ବ ଗୋରୁ ଗଣନା ନିଅମ ଅନୁଯାଇ ଦାନ ବଣ୍ଟନ କଲେ ଯାହାକୁ ନେଇ ଆଜି ଗହମପାଳ ଗାଁର ଉପେନ୍ଦ୍ର ସେଠି, ଭାଗିରଥି ବେହୁରିଆ, ରାଜେନ୍ଦ୍ର ବେହୁରିଆ, ସଞ୍ଜୟ ସେଠି, ଦଇତାରୀ ମାଝୀ ପ୍ରମୁଖ ରାଜକନିକା ବିଡ଼ିଓ ଙ୍କୁ ଗୋଖାଦ୍ୟ ଫେରାଇ ଦେଇଥିଲେ ।