ଭଦ୍ରକ ବ୍ଲକ୍ରେ ମିଳିତ ଜନଶୁଣାଣି ଶିବିର 

 ଭଦ୍ରକ: ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣି ଶିବିର ଭଦ୍ରକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ଓ ଏସପି ମାଡକର ସନ୍ଦୀପ ସମ୍ପତ ଏଥିରେ ଯୋଗ ଦେଇ ସମୁଦାୟ ୭୨ ଅଭିଯୋଗ ଶୁଣିଥିଲେ  । ସେଥିମଧ୍ୟରେ ୫୫ଟି ବ୍ୟକ୍ତିଗତ, ୧୨ଟି ସାମୂହିକ, ୫ଟି ରେଡ୍କ୍ରସ ସମ୍ବନ୍ଧୀୟ ଅଭିଯୋଗ ଥିଲା  । ୧୬ ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା  । ରେଡକ୍ରସ ସମ୍ବନ୍ଧୀୟ ୫ ଜଣ ଆବେଦନକାରୀଙ୍କୁ ସମୁଦାୟ ୧୯ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିଲେ  । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ  ଚିକିତ୍ସାଧିକାରୀ ଡ଼. ସୁଧାଂଶୁ ଶେଖର ବଳ, ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ ପ୍ରମୁଖ ଏହି ଶିବିରରେ ଯୋଗ ଦେଇଥିଲେ  । ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଜନ ଅଭିଯୋଗର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଆବଶ୍ୟକ ମତେ ତଥ୍ୟ ଉପସ୍ଥାପନ କରିଥିଲେ  ।