କଲେଜରେ ଜାତୀୟସ୍ତରୀୟ ପାଠ୍ୟଚକ୍ର
ରାଜକନିକା: ରାଜକନିକା ବ୍ଲକ ଓଳାଭର କଲେଜ ଇତିହାସ ବିଭାଗ ପକ୍ଷରୁ "ଓଡ଼ିଶାର ଅଜଣା ସ୍ୱାଧୀନତା ସଂଗ୍ରାମୀ ଙ୍କୁ ସମ୍ମାନ’ ଶୀର୍ଷକ ଉପରେ ଏକ ପାଠ୍ୟଚକ୍ର କଲେଜ ଅଧ୍ୟକ୍ଷ ପ୍ରଫେସର ହଳଧର ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଇତିହାସ ବିଭାଗ ଡ. ହରିହର ପଣ୍ଡା ଯୋଗ ଦେଇ ଅଜଣା ଅପରିଚିତ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଉକ୍ରଳ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ପ୍ରାକ୍ତନ ପ୍ରଫେସର ଡ. ସୋମାରାଣୀ ଚାନ୍ଦ ଯୋଗଦେଇ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା କରିବାପାଇଁ କହିଥିଲେ । ଏସ୍ଏନ୍ କଲେଜ ଇତିହାସ ବିଭାଗ ମୁଖ୍ୟ ଡ. ପ୍ରଦୀପ ଦାସ ଯୋଗଦେଇ କନିକା ପ୍ରଜା ଆନେ୍ଦାଳନରେ ବାସୁ ସେଠି, ବିଶୁନି ମଢୁଆଳଙ୍କ ଅବଦାନକୁ ମନେ ପକାଇଥିଲେ । କଲେଜର ଆଇକୁ୍ୟଏସି ସଂଯୋଜକ ରବୀନ୍ଦ୍ର ସେନାପତି ଓ ମୁରଲୀଧର କର ପାଠ୍ୟଚକ୍ରର ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ଡ. ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ପାଠ୍ୟଚକ୍ରରେ କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁରର ବିଭିନ୍ନ କଲେଜ ଅଧ୍ୟାପିକା, ଅଧ୍ୟାପକମାନେ ଯୋଗ ଦେଇଥିବା ବେଳେ, କଲେଜ ପକ୍ଷରୁ ବାସୁ ସେଠି ବିଶୁନି ମାଢୁଆଳଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ଅଧ୍ୟାପିକା ସସ୍ମିତା ବିଶ୍ୱାଳ ସେମାନଙ୍କ ତ୍ୟାଗ ଉପରେ ସଂକ୍ଷିପ୍ତ ବିବରଣୀ ରଖିଥିଲେ । ଶେଷରେ ଡ. ଅକ୍ଷୟ ମିଶ୍ରଙ୍କ ଲିଖିତ ପୁସ୍ତକ ପ୍ରାଚୀନ ଜଗତର ଇତିହାସ ଓ ସମାଜ ପୁସ୍ତକ ଉନ୍ମୋଚନ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନତା ମଧ୍ୟରେ ଏକତା ଉପରେ ଏକ ନାଟକ ପରିବେଷଣ ହୋଇଥିଲା । ଅଧ୍ୟାପକ ପ୍ରତାପ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।