ଖାଦ୍ୟ ସୁରକ୍ଷା ଆଇନକୁ ଫୁ’ : ଦୋକାନରେ ବିକ୍ରି ହେଉଛି ବାସି ମିଠା

 ଯାଜପୁର ସଦର : ଯାଜପୁର ସହରରେ ଏକାଧିକ ମିଠା ଦୋକାନ ରହିଛି । ଅଧିକାରୀ ମିଠା ଦୋକାନରେ ବାସି ମିଠା ବିକ୍ରି ହେଉଥିବା ଅଭିଯୋଗ ହେଉଛି । ମିଠା ଗୁଡ଼ିକ ଖଟା ଲାଗୁଥିବା ଗ୍ରାହକ ମାନେ ଅଭିଯୋଗ କରିଛନ୍ତି । ସବୁ ଦୋକାନୀ ଖାଦ୍ୟ ସୁରକ୍ଷା ଆଇନକୁ ଫୁ’ କରି ବ୍ୟବସାୟ ଚଳାଉଛନ୍ତି । ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଓ ଉଦାସୀନ ମନୋଭାବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବହୁ ମିଠା ବ୍ୟବସାୟୀ ଗ୍ରାହକଙ୍କୁ ବାସି ମିଠା ବିକ୍ରି କରି ଜୀବନ ସହିତ ଖେଳ ଖେଳୁଛନ୍ତି । ବିକ୍ରି କରାଯାଉଥିବା ମିଠା ଖାଇବା ଉପଯୋଗୀ ନା ଶରୀର ପାଇଁ କ୍ଷତିକାରକ ତାହା ଯାଂଚ କରାଯାଉନାହି ।  ସହରରବହୁ ଦୋକାନରେ ବିକ୍ରି ହେଉଥିବା କେକ୍, ପେଟିସ, ବର୍ଗର ପରି ବହୁ ସ୍ନାକ୍ସରେ ଏକ୍ସପାରୀ ତାରିଖ କିମ୍ବା ବେଷ୍ଟ ବିଫରୟୁଜ ତାରିଖ ଲିପିବଦ୍ଧ କରାଯାଉନଥିବାରୁ ଗ୍ରାହକମାନଙ୍କ ଜୀବନ ପ୍ରତି ବିପଦ ରହୁଛି । ଏପଟେ ଖାଦ୍ୟ ସୁରକ୍ଷା ଆଇନ୍କୁ ଫୁ’ କରି ବ୍ୟବସାୟ ଚଳାଇ ଆସୁଥିବାବେଳେ ଗ୍ରହକ ପ୍ରତିବାଦ କରୁ ନଥିବା ଲକ୍ଷ୍ୟ କରାଯାଉଛି । ବିଭାଗ ପକ୍ଷର କୌଣସି କାର୍ଯ୍ୟାନୁଷ୍ଠାନ ଅଭାବରୁ ବ୍ୟବସାୟୀ ମନମାନିରେ ବ୍ୟବସାୟ ଚଳେଇଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଛି । ଖାଦ୍ୟ ସୁରକ୍ଷା ଓ ମାନବ ପ୍ରାଧୁକରଣ (ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ ଗତ ୨୦୨୦ମସିହାରେ ସମସ୍ତ ମିଠା ଜାତୀୟ ଖାଦ୍ୟ ବିକ୍ରି ସମୟରେ ଏକ୍ସପାରୀ ତାରିଖ କିମ୍ବା ବେଷ୍ଟ ବିପରୟୁଜ ତାରିଖ ଲିପିବଦ୍ଧ କରିବା ସକାଶେ ବାଧ୍ୟତାମୂଳକ କରାଯାଇଥିଲା । ୨୦୨୦ ଜୁନ ମାସ ଠାରୁ ଏହି ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ପରବର୍ତୀ ସମୟରେ ମହାମାରୀ କରୋନା ସଂକ୍ରମଣ ଯୋଗୁଁ ସେହିବର୍ଷ ଅକ୍ଟୋବର ମାସରେ ନିୟମକୁ କଡାକଡି ଭାବେ ପାଳନ କରିବାକୁ ଗାଇଡ୍ଲାଇନ ପ୍ରକାଶ ପାଇଥିଲା । ନିୟମ ଅନୁଯାୟୀ ମିଠା ଦୋକାନରେ ଏକ୍ସପାରୀ ତାରିଖ ରହିଛି । କିଛି ମିଠା ଦୁଇଦିନ ପର୍ଯ୍ୟନ୍ତ ବିକ୍ରି ହେବାକୁ ଥିବାବେଳେ ଆଉ କିଛି ମିଠା ୪ ଦିନ ଓ ଅନ୍ୟ କିଛି ମିଠା ପ୍ରାୟତଃ ସପ୍ତାହେ ପର୍ଯ୍ୟନ୍ତ ବିକ୍ରି ଯୋଗ୍ୟ ରହିଛି । ହେଲେ ଖାଦ୍ୟସୁରକ୍ଷା ଓ ମାନବ ପ୍ରାକରଣର ନିୟମକୁ ଅଧୁକାଂଶ ମିଠା ଦୋକାନୀ ମାନୁନଥୁବା ଅଭିଯୋଗ ହୋଇଛି । ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।