ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ: ଖୋର୍ଦ୍ଧା ରେଲୱେ ବିଜୟୀ 

 ବରୀ : ଶନିବାର ଯଯାତି କେଶରୀ ଜେନା ମୋମେରିଆଲ ପକ୍ଷରୁ ରାଜ୍ୟସ୍ତରୀୟ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳକୁ ବରୀ ତହସିଲଦାର ମାନସ ରଞ୍ଜନ ସ୍ୱାଇଁ, ବିଡିଓ ମହେଶ୍ୱର ସେଠୀ, ସଞ୍ଜିବ ସେନାର ମୁଖ୍ୟ ସଞ୍ଜୀବ କୁମାର ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଖେଳକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ବରୀ ଅଞ୍ଚଳର ଭଲି ଖେଳାଳି ବ୍ରଜ ପାଣି, ଗୀତିକାର ଓ ସଂଗୀତ ନିଦେ୍ର୍ଦଶକ ଦିଲ୍ଲୀପ କୁମାର ଜେନା, ସାହିତ୍ୟକ ଅଜୟ କୁମାର ଜେନା, ନାଟ୍ୟ ନିଦେ୍ର୍ଦଶକ ଅଭୟ କୁମାର ଶତପଥୀ, ଅବସ୍ତରପ୍ରାପ୍ତ ଶିକ୍ଷକ ଓ ମାନ୍ୟଗନ୍ୟ ବ୍ୟକ୍ତି, ପୂର୍ବତନ ଖେଳାଳିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟଟି କିଟ୍-ଭୁବନେଶ୍ୱର, କେଏସ୍ଆର୍ ସର୍ଭିସର-ପାରାଦ୍ୱୀପ, ଏପିସିକ୍ସର-ବାଲେଶ୍ୱର, ଖୋର୍ଦ୍ଧା ରେଳୱେ-ଖୋର୍ଦ୍ଧା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍ ଖୋର୍ଦ୍ଧା ରେଲୱେ ସହିତ କିଟ୍-ଭୁବନେଶ୍ୱର ପରେ ବାଲେଶ୍ୱର ଓ ପାରାଦୀପ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଖୋର୍ଦ୍ଧା ରେଲୱେ୨-୧ ପଏଣ୍ଟରେ ବିଜୟୀ ହୋଇଥିଲା । ଉକ୍ତ ସଭାରେ ଅତିଥିଭାବେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, କାର୍ଯ୍ୟକାରୀ ସଭାପତି ଆଶୁତୋଷ ପରିଡ଼ା, ଯୁବନେତା ଉମେଶ ଜେନା ଯୋଗଦେଇ ବିଜୟୀ ଓ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଭାଷ୍ୟକାର ଭାବେ ଅମୀୟ କୁମାର ପରିଡ଼ା ଓ ରବିନାରାୟଣ ଜେନା ଯୋଗ ଦେଇଥିଲେ । ଖେଳକୁ ଶ୍ରୀକାନ୍ତ କୁମାର ଜେନା ଓ ଅନ୍ୟ ସାଥୀମାନେ ପରିଚାଳନା କରିଥିଲେ ।