ଚୋରା ବାଲି ଚାଲାଣ ରାକେଟ୍ ସକ୍ରୀୟ
ତାଳଚେର: ତାଳଚେର ନିକଟରେ ବୋହି ଯାଉଥିବା ବ୍ରାହ୍ମଣୀ ନଦୀର ବିଭିନ୍ନ ଘାଟରୁ ଦୈନିକ ଶହଶହ ଟି୍ରପ ଚୋରାବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଉକ୍ତ ବାଲିଘାଟ ଗୁଡ଼ିକ ସରକାରୀସ୍ତରରେ ନିଲାମ ହେଉ କିମ୍ବା ନ ହେଉ ମାଫିଆମାନେ ଅତି ଚତୁରତା ସହ ସରକାରୀ ଅଧିକାରୀଙ୍କୁ କଳେବଳେ ହସ୍ତଗତ କରି ଅହରହ ଯେନତେନ ଉପାୟରେ ଚୋରା ବାଲି ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ନିଜର ପକେଟ ଗରମ କରୁଥିବା ବେଳେ ସାଧାରଣ ଗରିବଟିଏ ବାଲି ଗଣ୍ଡେ ପାଇଁ ଅର୍ଥ ଅଭାବରୁ ଦହଗଞ୍ଜ ହେଉଥିବା ଅଭିଯୋଗ ହେଉଛି ।
ତାଳଚେର ଉପଖଣ୍ଡର ଶିରିଗିଡ଼ା, ଗୁରୁଜାଙ୍ଗ, କଙ୍କିଳି, ଧରମପୁର, କାକୁଡ଼ି, ଗୋପିନାଥପୁର, ସନ୍ଥପଡ଼ା, ଝାଡ଼ିଅମ୍ବା, ଦାସନାଳୀ ଇତ୍ୟାଦି ଘାଟ ଗୁଡ଼ିକରୁ ବେଆଇନ ଭାବେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ତାଳଚେରର ବିଭିନ୍ନ ଅଂଚଳ ସମେତ ଅନୁଗୋଳ ଜିଲ୍ଲାକୁ ଏହି ଚୋରା ବାଲି ଚାଲାଣ ହୋଇ ଚାଲିଛି । ଏଥିସହ ଢ଼େଙ୍କାନାଳ ଜିଲ୍ଲା ପର୍ଜଙ୍ଗ, ମେରାମଣ୍ଡଳୀ, ଖାଲପାଳ, ଜଟିଆ ଇତ୍ୟାଦି ଘାଟ ଗୁଡ଼ିକରୁ ତାଳଚେର ବିଭିନ୍ନ ସ୍ଥାନକୁ ଚୋରା ବାଲି ଆସିଥାଏ । ଏହି ବାଲିର ଦାୟିତ୍ୱ ତହସିଲ ହାତରେ ପୂର୍ବେ ରହିଥିବା ବେଳେ ଏବେ ସେହି ତହସିଲ ସମେତ ଖଣି ଉପନିଦେ୍ର୍ଦଶକ ଓ ପୋଲିସ୍ ମଧ୍ୟ ଏହି ବାଲି ଚାଲାଣ ଧରିବାର ବ୍ୟବସ୍ଥା ସରକାର ବ୍ୟବସ୍ଥା କରିଛନ୍ତି । ଯେଉଁ ପରିମାଣରେ ବାଲି ଚୋରା ଚାଲାଣ ହେଉଛି, ସେହି ତୁଳନାରେ ଧରିବା ନଗନ୍ୟ । ଏବେ ନିକଟରେ ପର୍ଜଙ୍ଗ ଓ ଓଡ଼ାପଡ଼ା ଅଂଚଳରୁ ବହୁ ଚୋରା ବାଲି ତାଳଚେରକୁ ଆସୁଥିବା ବେଳେ କୋଲିୟରୀ ପୁଲିସ୍ ଚାଳକକୁ ଗିରଫ କରିଥିବା ଦୃଷ୍ଟାନ୍ତ ରହିଛି । ମାତ୍ର ଖଣି ଉପନିଦେ୍ର୍ଦଶକ ସ୍କ୍ୱାର୍ଡ଼ ଚୋରାବାଲି ଚାଲାଣ ରୋକିବାକୁ ଗଠିତ ହୋଇଥିବା ବେଳେ ବହୁମାତ୍ରାରେ କିପରି ଏହା ଚାଲାଣ ଚାଲିଛି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ କେତେକ ଘାଟର ନବୀକରଣ ହୋଇନଥିବାରୁ ଏହାର ସୁଯୋଗ ନେଇ ବିଭିନ୍ନ ଘାଟରୁ ବେଧଡ଼କ ଭାବେ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ପର୍ଜଙ୍ଗ ଅଂଚଳରେ ଚୋରାରେ ତାଳଚେର ଥର୍ମାଲକୁ ବାଲି ଚାଲାଣ ହେଉଥିବା ବେଳେ ଖଣି ଉପନିଦେ୍ର୍ଦଶକ ଟିମ ଓ ତାଳଚେର ପୋଲିସ୍ ମିଳିତ ଭାବେ ଏଥିରେ ସମ୍ପୃକ୍ତ ୪ଟି ହାଇୱାକୁ ଜବତ କରି ଜୋରିମାନା ଆଦାୟ କରିଥିଲେ । ତେବେ ଏହାକୁ ମାଫିଆମାନେ ଖାତିର ନ କରି ଆହୁରି ସକି୍ରୟ ହେଉଥିବା ଦେଖାଯାଉଛି । ଯେଉଁ ସଂଖ୍ୟାରେ ବାଲି ଚୋରି ହେଉଛି ସେହି ତୁଳନାରେ ଫାଇନ ଆଦାୟ ହେଉନଥିବା ସହିତ କିପରି ବାଲି ମାଫିଆଙ୍କ ନିକଟରେ ତାଳଚେର ପ୍ରଶାସନ ପଂହଚି ପାରୁନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।