ବାୟୁସେନାକୁ ଜଙ୍ଗଲମନ୍ତ୍ରୀଙ୍କ ଚିଠି : ‘୪୪୪ ଏକର ଜମି ଫେରାଅ’

 ବେଙ୍ଗାଲୁରୁ : କର୍ଣ୍ଣାଟକ ଜଙ୍ଗଲମନ୍ତ୍ରୀ ଈଶ୍ୱର ଖାଣ୍ଡ୍ରେ ଭାରତୀୟ ବାୟୁସେନାକୁ ୪୪୪.୧୨ ଜଙ୍ଗଲ ଜମିକୁ ଫେରାଇବା ଆଣିବା ପ୍ରକ୍ରିୟା ଆରମ୍ଭ କରିବାକୁ ନିଦେ୍ର୍ଦଶନାମା ଜାରି କରିଛନ୍ତି । ଏହି ପରିମାଣର ଜମିକୁ ଚାରାରୋପଣ ସହିତ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ଏବେ ବାୟୁସେନା ଏଠାରେ ବେଆଇନ ନିର୍ମାଣ କାର୍ଯ୍ୟ କରୁଛି ବୋଲି ମନ୍ତ୍ରୀ ଅଭିଯୋଗ କରିଛନ୍ତି ।
ସୂଚନା ଯେ, ଯେ ୧୯୮୭ ମସିହାରେ ବାୟୁସେନାକୁ ୫୭୦ ଏକର ପରିମିତ ଜମି ଆବଣ୍ଟିତ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବାୟୁସେନାକୁ ଦିଆଯାଇଥିବା ୪୫୨ ଏକର ଜମିର ଅନୁମୋଦନକୁ କର୍ଣ୍ଣାଟକ ସରକାର ବାତିଲ କରି ଏହି ଜମିକୁ ଜଙ୍ଗଲ ଜମି ଭାବରେ ଅଧିସୂଚିତ କରାଯାଇଥିଲା । ମନ୍ତ୍ରୀ ଈଶ୍ୱର ଖଣ୍ଡ୍ରେ ଅଭିଯୋଗ କରିଛନ୍ତି ଯେ ବାୟୁସେନା ଜଙ୍ଗଲ ଅନୁମତି ବିନା ମାର୍ଚ୍ଚ ୧ ତାରିଖରୁ ଏଠାରେ ବେଆଇନ ଭାବରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ସରକାରୀ ନିଦେ୍ର୍ଦଶ ଅନୁଯାୟୀ, ବାୟୁସେନାକୁ ଦିଆଯାଇଥିବା ଜମିର ମୁ୍ୟଟେସନ୍ ୨୦୧୭ରେ ସମାପ୍ତ ହୋଇଛି ଏବଂ ବର୍ତ୍ତମାନ ଏହି ଜମିକୁ ଦଲିଲରେ ସଂରକ୍ଷିତ ଜଙ୍ଗଲ ଭାବରେ ସରକାରୀ ଭାବରେ ପଞ୍ଜୀକୃତ କରାଯାଇଛି । ଏହି ପରିପ୍ରେକ୍ଷୀରେ, କର୍ଣ୍ଣାଟକ ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ଜଙ୍ଗଲ ବିଭାଗର ଜମି ଖାଲି କରିବାକୁ ଦାବି କରିଛନ୍ତି । ମନ୍ତ୍ରୀ ଈଶ୍ୱର ଖଣ୍ଡ୍ରେ କହିଛନ୍ତି ଯେ ବାୟୁସେନା ପାଖରେ ସମ୍ପୂର୍ଣ୍ଣ ସୂଚନା ଥିବା ସତ୍ତ୍ୱେ ଏହା ବେଆଇନ ଭାବରେ ଏବଂ ନିୟମ ଉଲ୍ଲଂଘନ କରି ନିର୍ମାଣ କାର୍ଯ୍ୟ କରିଛି । ବର୍ତ୍ତମାନ, ବାୟୁସେନା ୪୪୪ ଏକର ଜମିରେ ଏକ ସୁଟିଂ ରେଞ୍ଜ ପ୍ରତିଷ୍ଠା କରିଛି ଏବଂ ୧୫ ଏକର ଜମି ତାଲିମ ଉଦେ୍ଦଶ୍ୟରେ ବ୍ୟବହୃତ ହେଉଛି ।