ଭାଙ୍ଗିଲା ବିଦୁ୍ୟତ ଖୁଣ୍ଟ ଅନ୍ଧାରରେ ପରିବାର

 ରାଜନଗର : ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚୟତ ଜଗନ୍ନାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗ୍ରାମବାସୀମାନେ ଠାକୁରାଣୀଙ୍କ ନିକଟରେ ଲଗାଇଥିବା ନଡିଆ ଗଛଟି ହଠାତ୍ ମଧ୍ୟାହ୍ନ ସମୟରେ ଭାଙ୍ଗିଯାଇ ବିଦ୍ୟୁତ ତାର ଉପରେ ପଡିଥିଲା । ଯାହାଫଳରେ ବିଦୁ୍ୟତ ଖୁଣ୍ଟଟି ଭାଙ୍ଗି ଯାଇ ପତିତପାବନ ଖଟୁଆଙ୍କ ଘର ପାଖକୁ ପଡିଯାଇଥିଲା । ସେଠାରେ ବନ୍ଧା ହୋଇଥିବା ଗାଈ ସାମାନ୍ୟ ଆହତ ହୋଇଥିଲା । ଏହି ସମୟରେ ବିଦୁ୍ୟତ ଚାଲି ଯାଇଥିବାରୁ ବଡ ଅଘଟଣରୁ ଗାଁ ସହ ଗାଈଟି ଅଳ୍ପକେ ରକ୍ଷା ପାଇଯାଇଥିଲା । ବିଭାଗୀୟ ସୁପରଭାଇଜର ପହଂଚି ଅନୁଧ୍ୟାନ କରିବା ସହ ତାର ଛିଡିଥିବା ସ୍ଥାନରୁ ବିଦୁ୍ୟତ ବିଛିନ୍ନ କରାଯାଇଥିବାରୁ କିଛି ପରିବାର ଅନ୍ଧାରରେ ରହିଛନ୍ତି ।