ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର
ବାଲିଅନ୍ତା: ଭୁବନେଶ୍ୱର ପଞ୍ଚାୟତ ସମିତି ଅଧିନ ଧଉଳି ପଞ୍ଚାୟତ କଲ୍ୟାଣମଣ୍ଡପରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉନ୍ନୟନ ଅଧିକାରୀ ଦେବି ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ ସାଧାରଣଜନତାଙ୍କ ଅଭିଯୋଗ ଶୁଣିଥିଲେ । ଏଥିରେ ଜିଲ୍ଲାପାଳ ମୋଟ ୪୮ ଟି ଅଭିଯୋଗ ଶୁଣିଥିଲେ । ଏଥି ମଧ୍ୟରୁ ୨୪ଟି ବ୍ୟକ୍ତିଗତ ଓ ୧୮ ଟି ସାମୂହିକ ଅଭିଯୋଗ ଥିବା ବେଳେ, ୩ ଟି ସଙ୍ଗେ ସଙ୍ଗେ ଫଇସଲା ହୋଇଥିଲା । ସେହିପରି ଅନ୍ୟ ୩ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଗୋଡ଼ ଓ ହାତ ପ୍ରଦାନ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ସରପଞ୍ଚ ଚନ୍ଦନ କୁମାର ମଲ୍କିକ ଓ ସମିତିସଭ୍ୟା ସରସ୍ୱତୀ ସେଠି ସହଯୋଗ କରିଥିବା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ, ତହସିଲଦାର ମୃତୁ୍ୟଞ୍ଜୟ ତ୍ରିପାଠୀ, ବ୍ଲକ ଶିକ୍ଷାଧିକାରୀ ପ୍ରଜ୍ଞା ପାରମିତା ଜେନା, ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, ଅତିରିକ୍ତ ଉପାଯୁକ୍ତ (କ୍ରାଇମ) ସଞ୍ଜୟ ମହାପାତ୍ର, ଧଉଳି ଥାନା ଅଧିକାରୀ ପ୍ରଦୀପ୍ତ କୁମାର ନାୟକ, ବ୍ଲକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ବିଶ୍ୱାଳ ସମେତ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।