ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ : ୫ ୱିକେଟ୍ରେ ଇଂଲଣ୍ଡ ବିଜୟୀ
ଲିଡ୍ସ: ଲିଡ୍ସର ହେଡିଂଲେ ଚାଲିଥିବା ଭାରତ ବନାମ ଇଂଲଣ୍ଡ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ ପରାଜୟରୁ ଯାତ୍ରା ଆରମ୍ଭ କରିଛି ଭାରତ । ୫ ୱିକେଟ୍ ବ୍ୟବଧାନରେ ଇଂଲଣ୍ଡ ଏହି ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍କୁ ନିଜ କବ୍ଜାକୁ ନେଇଛି । ପ୍ରଥମ ମ୍ୟାଚ୍ର ପ୍ରଥମ ଇନିଂସ୍ରେ ଭାରତ ଯଶସ୍ୱୀ ଜୟସ୍ୱାଲ, ଗିଲ୍ ଏବଂ ପନ୍ତଙ୍କ ସେଞ୍ଚୁରୀ ବଳରେ ଭାରତ ୪୭୧ ଭଳି ରନ୍ର ବଡ଼ ସ୍କୋର୍ କରିଥିଲା । କିନ୍ତୁ ଏହାର ପିଛା କରି ଇଂଲଣ୍ଡ ପୋପ୍ ଓ ହ୍ୟାରୀ ବ୍ରୁକ୍ଙ୍କ ଧୂଅାଁଧାର ବ୍ୟାଟିଂରେ ଦଳ ୪୬୫ ପର୍ଯ୍ୟନ୍ତ ପିଛା କରିଥିଲା । ପରବର୍ତ୍ତୀ ସମୟରେ ଦ୍ୱିତୀୟ ଇନିଂସ୍ ଆରମ୍ଭ ହୋଇଥିବା ବେଳେ ଏଥିରେ ଭାରତ ପନ୍ତ ଏବଂ ରାହୁଲଙ୍କ ସେଞ୍ଚୁରୀ ସତ୍ତ୍ୱେ ୩୬୪ ରନ୍ କରି ଅଲ୍ ଆଉଟ୍ ହୋଇଥିଲା । ସେପଟେ ବର୍ଷା ଯୋଗୁ ଖେଳ ସାମାନ୍ୟ ପ୍ରଭାବିତ ହୋଇଥିଲେ ସୁଦ୍ଧା ୩୭୧ ଟାର୍ଗେଟ୍ ନେଇ ଇଂଲଣ୍ଡର ଓପନର୍ କ୍ରୱଲେ ଓ ବେନ୍ ଡକେଟ୍ଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଏବଂ ଦୀର୍ଘତମ ସ୍କୋର୍ ଦଳକୁ ଜିତିବାର ନୂଆ ଆଶ ଦେଇଥିଲା । ଏହିକ୍ରମରେ କ୍ରୱଲେ ୧୨୬ ବଲ୍ରୁ ୬୫ ରନ୍ କରିଥିବା ବେଳେ ୧୭୦ ବଲ୍ରୁ ୧୪୯ ରନ୍ କରିଥିଲେ । ସମୟ କ୍ରମେ କ୍ରୱଲେ, ପୋପ୍, ଡକେଟ୍, ବ୍ରୁକ୍ ଓ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ୱିକେଟ୍ ପତନ ହୋଇଥିଲେ ମଧ୍ୟ ଇଂଲଣ୍ଡ ତା’ର ବିଜୟ ଧାରା ଜାରି ରଖିଥିଲା ।