ସାନ୍ତରାପୁରରେ ଚଢାଉ :୧୫ଲକ୍ଷ ଟଙ୍କାର କାଠ ଜବତ

କେନ୍ଦୁଝର: ବର୍ଷ ବର୍ଷ ଧରି କାଠ ମାଫିଆଙ୍କ ଭୁସ୍ୱର୍ଗ ବୋଲି କୁହାଯାଉଥିବା ଘଟଗାଁ ବ୍ଲକର ସାନ୍ତରାପୁରରେ ବନବିଭାଗ ବଡଧରଣର ଚଢାଉ କରି ପ୍ରାୟ ୧୫ଲକ୍ଷ ଟଙ୍କାର ମୁଲ୍ୟବାନ କାଠ ଜବତ କରିବା ସହିତ ଘଟଣା ସ୍ଥଳରୁ ଅପରାଧିମାନେ ଦୌଡି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ସେମାନଙ୍କୁ ଚିହ୍ନଟ କରାଯାଇଛି ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚଡି ଧନରାଜ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । 
ସେ ସୂଚନା ଦେଇଇନ୍ତି ଯେ, ଗୁରୁବାର ଭୋର ୪.୩୦ମିନିଟରୁ ପୂବାହ୍ନ ୧୧.୩୦ପର୍ଯ୍ୟନ୍ତ ଏହି ଚଢାଉ ଆରମ୍ଭ ହୋଇଥିଲା  । ପୋଲିସ, ବନବିଭାଗ ଓ ରାଜସ୍ୱ ବିଭାଗରଏହି ମିଳିତ ଚଢାଉରେ ୨ଜଣ ସହକାରୀ ବନ ସଂରକ୍ଷକ ବା ଏସିଏଫ,୪ଜଣ ରେଞ୍ଜ ଅଫିସର,୪୦ଜଣ ପୋଲିସ ଓ ୬୦ଜଣ ସୁରକ୍ଷା କର୍ମୀ ଚଢାଉରେ ସାମିଲ ଥିଲେ  । ଜଣେ ସହକାରୀ ଜିଲ୍ଲାପାଳ ମାଜିଷ୍ଟ୍ରେ୍ରଟ ଦାୟିତ୍ୱ ସମ୍ପାଦନ କରିଥିଲେ  । ଏତେ ବଡ ଧରଣର ଚଢାଉ ପୂର୍ବରୁ କେବେ ହୋଇ ନ ଥିଲା ବୋଲି ଜଣାପଡିଛି । ୬୦୦ ସିଫ୍ଟର ଶାଳ, ପିଆଶାଳ, ଗମ୍ଭାରୀ ପଟ୍ଟା ଜବତ ହୋଇଛି । ୩ଜଣ ନିୟମିତ କାଠଚୋରଙ୍କ ୭ଟି ଘରେ ଏହି ଚଢାଉ କରାଯାଇଥିଲା । ସେମାନଙ୍କୁ ଗିରଫ କରିବା ପର୍ଯ୍ୟନ୍ତ ଚଢାଉ ଜାରୀ ରହିବ ବୋଲି ଡିଏଫଓ ପ୍ରକାଶ କରିବା ସହିତ ଗତବର୍ଷ ମଧ୍ୟ ଏହି ତିନିଜଣ ଅପରାଧିଙ୍କ ଘରେ ଚଢାଉ କରି ବିପୁଳ ପରିମାଣର କାଠ ଜବତ କରାଯାଇଥିଲା ଓ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଏବେ ସେମାନଙ୍କୁ ଗିରଫ କରାଯିବା ସହ ପରିବର୍ତ୍ତିତ ନ୍ୟାୟ ବ୍ୟବସ୍ଥାରେ କିପରି ଅଧିକ ମାତ୍ରାରେ ଦଣ୍ଡ ମିଳିବ ସେଥିପାଇଁ ଅଦାଲତଙ୍କୁ ପ୍ରାର୍ଥନା କରାଯିବ । ସେମାନଙ୍କର ସମ୍ପତି ବ୍ୟାଜାପ୍ତ କରାଯିବ ବୋଲି ଡିଏଫଓ ଧନରାଜ ପ୍ରକାଶ କରିଛନ୍ତି ।