ଲୋକାଭିମୁଖୀ କାର୍ଯ୍ୟକ୍ରମର ଲୋକାର୍ପଣ କଲେ ଅପରାଜିତା
ଖୋର୍ଦ୍ଧା: ଜମ୍ମୁ କାଶ୍ମୀର ପହଲଗାଁ ଆତଙ୍କୀ ଆକ୍ରମଣରେ ଭାରତ ସରକାରଙ୍କ ଆତଙ୍କି ଲୋପନ୍ ମିଲିଟାରୀ କଡା ପଦକ୍ଷେପ ଅପରେସନ ସିନ୍ଦୂର ପ୍ରତିରକ୍ଷା ବିଭାଗର ଏକ ବିରାଟ ସଫଳତା ବୋଲି ପ୍ରାଣ ନାଥ ମହାବିଦ୍ୟାଳୟ ପଡ଼ିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ଅପରେସନ ସିନ୍ଦୂର ପରାକ୍ରମ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ପ୍ରାଣନାଥ ମହାବିଦ୍ୟାଳୟ ପଡ଼ିଆରୁ ଦେଶ ଭକ୍ତି ନାରା, ସ୍ଲୋଗାନ ର ପ୍ରକମ୍ପିତ ଧ୍ୱନିରେ ବାଇକ୍ ଶୋଭାଯାତ୍ରା ମୁକୁନ୍ଦ ପ୍ରସାଦ ଛକ, ଚଣ୍ଡିଛକ, ବସ୍ ଷ୍ଟାଣ୍ଡ,ବ୍ଲକ ଛକ ପ୍ରାୟ ୫ କିଲୋମିଟର ରାସ୍ତା ପରିକ୍ରମା କରିବା ସହ ମଙ୍ଗଳା ନଗର ଠାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବାଜପୁର ଗାନ୍ଧୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି କୁ ମୁଖ୍ୟ ଅତିଥି ସାଂସଦ ଷଡ଼ଙ୍ଗୀ, ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲାପାଳ ଚଞ୍ଚଳ ରାଣା ଅନାବରଣ କରି ଥିଲେ । ସେଠାରୁ ବି .ଆର .ଆମ୍ବେଦକର ମାର୍ଗ ଦେଇ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ପହଞ୍ଚି ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ୧କୋଟି ୫ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ଜିଲାପାଠାଗାର ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ନବୀକରଣ ଗୃହକୁ ଉଦ୍ଘାଟନ କରି ଜିଲ୍ଲା ପାଠାଗାର ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହି ମତ ରଖିଥିଲେ । ଏହି ପରିପ୍ରେକ୍ଷୀରେ ବିଧାୟକ ପ୍ରଶାନ୍ତ କୁମାର ଜଗଦେ୍ଦବ କହିଛନ୍ତି ତିରଙ୍ଗା ଶୋଭାଯାତ୍ରାର ମୂଳ ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରି ଭାରତର ଅଖଣ୍ଡତା ଓ ଅପରେସନ ସିନ୍ଦୂର ସମଗ୍ର ବିଶ୍ୱକୁ ସ୍ତବଧ କରିଦେଇଛି ବୋଲି କହିଥିଲେ ।