ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ଜିଲ୍ଲା ସମ୍ମିଳନୀ

 ବାଲିଚନ୍ଦ୍ରପୁର : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୧୦ମ ଯାଜପୁର ଜିଲ୍ଲା ସମ୍ମିଳନୀ ବାଲିଚନ୍ଦ୍ରପୁରରେ ଅନୁଷ୍ଠିତ ହୋଇଯାଇଛି । ଜୋନାଲ କମିଟି ବଡ଼ଚଣା ଆୟୋଜିତ ସମ୍ମିଳନୀ ପୂର୍ବରୁ ବରିଷ୍ଠ ବର୍ଷିଆନ ନେତା କମ୍ରେଡ ଦିବାକର ବିଶ୍ୱାଳ ଲାଲ ଝଣ୍ଡା ପତାକା ଉତ୍ତୋଳନ କରିଥିଲେ । ଭଜହରି ମହାପାତ୍ର ସ୍ମାରକୀ ମଣ୍ଡପ ଓ ବୈଷ୍ଟବ ଜେନା ସ୍ମାରକୀ ନଗର ଠାରେ ଜିଲ୍ଲା ସମ୍ପାଦକ ଈଶ୍ୱର ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱରେ ଉଦଘାଟକ ଭାବେ ରାଜ୍ୟ ଭାରତୀୟ କମୁ୍ୟନିଷ୍ଟ ପାଟିର ସମ୍ପାଦକ ଡ଼ଃ ପ୍ରଶାନ୍ତ ମିଶ୍ର ଯୋଗଦେଇ ପ୍ରଦୀପ୍ ଜାଳି ଦୁଇ ଦିନିଆ ସମ୍ମିଳନୀକୁ ଉଦଘାଟନ ଦେଶ ଓ ରାଜ୍ୟରେ ପୁଞ୍ଜି ବାଦୀ ବ୍ୟବସ୍ଥା, ସାମ୍ପ୍ରଦାୟକତା ମହିଳା ମାନଙ୍କୁ ସୁରକ୍ଷା ଆଦିବାସୀ-ଦଳିତ ମାନଙ୍କ ପାଇଁ ଲଢେଇ ଜାରି ରଖିବ ବୋଲି ଆହ୍ୱାନ ଦେଇଥିଲେ । ବକ୍ତା ଭାବେ ରାଜ୍ୟ କମ୍ୟୁନିଷ୍ଟ ପାର୍ଟିର ସମ୍ପାଦନା ମଣ୍ଡଳୀ ସଦସ୍ୟ ରମଣୀ ରଞ୍ଜନ ରାଉତରାୟ ଯୋଗ ଦେଇ ଚାଷୀଙ୍କୁ ପେନସନ ଯାଜପୁର ଜିଲ୍ଲାର ଯୁବକ ମାନଙ୍କୁ କଳକାରଖାନାରେ ନିଯୁକ୍ତି ମହିଳା ମାନଙ୍କୁ ସ୍ୱାବଲମ୍ଭିଶୀଳ ଓ ଆଦିବାସୀ-ଦଳିତ ମାନଙ୍କୁ ତାଙ୍କ ହକ ଓ ନାର୍ଯ୍ୟ ଦାବିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରିପୂରଣ କରିବା ପାଇଁ ଦାବି ଉପସ୍ଥାପିତ କରିଅଛୁ ନହେଲେ କମ୍ୟୁନିଷ୍ଟ ପାଟି ଜୋରଦାର ଆନେ୍ଦାଳନ ଦେଶ ଓ ରାଜ୍ୟ ବାପି ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଥିଲେ । ସମ୍ମିଳନୀରେ ପ୍ରଫେସର ରବୀନ୍ଦ୍ର ନାଥ ସାମଲ, ପ୍ରଫେସର ରମେଶ ସିଂହ, ନୂଆ ଦୁନିଆର ଶହ ସମ୍ପାଦକ କିଶୋର ଜେନା, ବଡ଼ଚଣା ଜୋନାଲ କମିଟି ର ସମ୍ପାଦକ ଅଜୟ ବିଶ୍ୱାଳ, ମାହାଙ୍ଗା ଜୋନାଲ କମିଟି ର ସମ୍ପାଦକ ତୈଲେକ୍ୟ ନାଥ, ଜିଲ୍ଲା ଶହ ସମ୍ପାଦକ ଅଭୟ ପଣ୍ଡା, ଆଲୋକ ମହାନ୍ତି, ନବକିଶୋର ବେହେରା, ପ୍ରମୁଖ ଉଦବୋଧନ ଦେଇ ଆଗାମୀ ଦିନ ମାନଙ୍କରେ କମୁ୍ୟନିଷ୍ଟ କର୍ମୀ ମାନେ ଲୋକଙ୍କ କଲ୍ୟାଣ ପାଇଁ ବ୍ରତୀ ହେବା ଶହ ଅନ୍ୟାୟ, ଅନୀତି, ଦୁର୍ନୀତି ବିରୁଦ୍ଧରେ ଜାଗରୀତ ହୋଇ ନିଜ ନିଜ ଅଞ୍ଚଳରେ ସ୍ୱର ଶାଣିତ କରିବାକୁ ଆହ୍ୱାନ ଜଣାଇଥିଲେ । ପ୍ରାରମ୍ଭରେ ପୂର୍ବତନ ବିଧାୟକ କମ୍ରେଡ ଦୁଃଶାସନଜେନାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟା ଅର୍ପଣ କରି ଦୁଃଶାସନ ଭବନ ପରିସରରୁ ଏକ ବିରାଟ ଶୋଭାଯାତ୍ରରେ କର୍ମୀ ଓ ନେତା ମାନେ ଲାଲ ଝଣ୍ଡା ପତାକା ଧରି ବାଲିଚନ୍ଦ୍ରପୁର ବଜÿାର ପରିକ୍ରମା କରିଥିଲେ । ଆଜି ସମ୍ମିଳନୀ ଉଦ୍ୟାପିତ ହୋଇଥିଲା ।