‘ଭାରତୀୟ ସଂସ୍କୃତିର ମୂଳପିଣ୍ଡ ଆଧ୍ୟାତ୍ମବାଦ’
ପୁରୀ: ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ନବଧା ଭକ୍ତି ଓ ଶ୍ରୀଜଗନ୍ନାଥ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ରାଣୀ ସତୀ ଭବନ ଠାରେ ଅନୁଷ୍ଠିତ ହୋଇଛି । ଏଥିରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର ଉପଦେଷ୍ଟା ପୁଷ୍କର ମହାପାତ୍ର । ଏହି ଆଲୋଚନାଚକ୍ରରେ ଅତିଥି ଶ୍ରୀଜଗନ୍ନାଥ ବେଦକର୍ମକାଣ୍ଡ କଲେଜ ଅଧ୍ୟକ୍ଷା ପ୍ରାଧ୍ୟାପକ ହରପ୍ରିୟା ଦାସ, ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିଦେ୍ର୍ଦଶକ ସନ୍ତୋଷ ସେଠୀ, ଐତିହାସିକ ମଦନମୋହନ ମହାପାତ୍ର, ପ୍ରାଧ୍ୟାପକ ପ୍ରମୋଦ ପଣ୍ଡା, ପ୍ରାଧ୍ୟାପକ ପ୍ରମୋଦ ଦଳେଇ, ପଣ୍ଡିତ ସଦାଶିବ ମିଶ୍ର, ପଣ୍ଡିତ ହରିଶଙ୍କର ମିଶ୍ର ପ୍ରମୁଖ ଯୋଗଦାନ କରି ଭାରତୀୟ ସଂସ୍କୃତିର ମୂଳପିଣ୍ଡ ଆଧ୍ୟାତ୍ମବାଦ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ସେହି ଆଧ୍ୟତ୍ମ ଚେତନାର ପ୍ରାଣପ୍ରବାହ ସ୍ୱରୂପ । ତେଣୁ ମହାପ୍ରଭୁ ଜଗନ୍ନାଥଙ୍କର ଆଦ୍ୟ ସ୍ୱରୂପ ନୀଳମାଧବଙ୍କୁ ଯମ ଓ ନାରଦ ଦର୍ଶନ କରିଥିଲେ । ନାରଦ ଭକ୍ତିସୂତ୍ର ଓ ସାନ୍ଦୀଲ୍ୟ ଭକ୍ତିସୂତ୍ର ଭକ୍ତି ମତବାଦର ଦୁଇଟି ଅମୂଲ୍ୟ ଗ୍ରନ୍ଥ ନବଧା ଭକ୍ତି ତତ୍ୱ ଭାଗବତରେ ଅତିବଡି ଜଗନ୍ନାଥ ଦାସ ବିଶଦଭାବେ ବର୍ଣ୍ଣନା କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଗୁରୁ ଚରଣ ଦାସ ଅତିଥି ପରିଚୟ ପ୍ରଦାନ ଓ ଆଲୋଚନାଚକ୍ରର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଅନ୍ୟତମ ଆଲୋଚକ ଭାବେ ବିଜୟଲକ୍ଷ୍ମୀ ଦାସ, ଗବେଷକ ନାରାୟଣ ନନ୍ଦ, କୈଳାସଚନ୍ଦ୍ର ସାହୁ, ସରିତା ରାଉତରାୟ, ଅଜୟ ଦାସ, ପ୍ରାଧ୍ୟାପକ ଅଭିମନୁ୍ୟ ଭୂୟାଁ, ଦୟାନିଧି ତ୍ରିପାଠୀ, ପ୍ରାଧ୍ୟାପକ କାର୍ତିକ ଦାସ, ବିପିନ ବିହାରୀ ଦଳାଇ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଜୁପିଟର ଦାଶ । ଧନ୍ୟବାଦ ଅର୍ପଣ କରିଥିଲେ କ୍ରିଷ୍ଣା ଦେବୀ ।