ଭାରତୀୟ ସାଂସ୍କୃତିକ ଐତିହ୍ୟ: ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀ ‘ଅତୀତ ଇତିହାସ ନୁହେଁ, ବିଶ୍ୱ ସମସ୍ୟା ମୁକାବିଲାର ପ୍ରେରଣା’

ଭୁବନେଶ୍ୱର  : ଅତୀତ କେବଳ ଇତିହାସ ନୁହେଁ, ବରଂ ଆଧୁନିକ ବିଶ୍ୱ ସମସ୍ୟାର ମୁକାବିଲା ପାଇଁ ପ୍ରେରଣା ଦିଏ । ଭୁବନେଶ୍ୱର ଠାରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଉକôଳ ବିଶ୍ୱବିଦ୍ୟାଳୟର ଇନଷ୍ଟିଚୁ୍ୟଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜର ମିଳିତ ଆନୁକୂଲ୍ୟରେ "କଳିଙ୍ଗ ଏବଂ ଦକ୍ଷିଣ-ପୂର୍ବ ଏସିଆ - ସଭ୍ୟତା ସଂଯୋଗ’ ଶୀର୍ଷକ ସମ୍ପର୍କିତ ଭାରତୀୟ ସାଂସ୍କୃତିକ ଐତିହ୍ୟ ଉପରେ ଆଧାରିତ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ।
ପ୍ରାଚୀନ କଳିଙ୍ଗର ସାମୁଦ୍ରିକ ପରମ୍ପରା ଦକ୍ଷିଣ-ପୂର୍ବ ଏସିଆର ପରିବେଶଗତ ଏବଂ ବିକାଶମୂଳକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାରେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଥାଏ । ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ଥାଇଲାଣ୍ଡ, କାମ୍ବୋଡ଼ିଆ ଏବଂ ଭିଏତନାମ ଭଳି ଦେଶମାନଙ୍କ ସହ କଳିଙ୍ଗର ସାମୁଦ୍ରିକ ବାଣିଜ୍ୟ, ଅନୁସନ୍ଧାନ ଏବଂ ସାଂସ୍କୃତିକ ବିନିମୟର ଇତିହାସ କେବଳ ଗର୍ବର ବିଷୟ ନୁହେଁ, ବରଂ, ଆଧୁନିକ ଆଂଚଳିକ ସହଯୋଗ ପାଇଁ ଏକ ମାର୍ଗଦର୍ଶକ ବୋଲି ରାଜ୍ୟପାଳ କହିଥିଲେ । ଓଡ଼ିଶାର  ଗୌରବମୟ ଅତୀତ ସହିତ ପୁନଃସଂଯୋଗ କରିବା ଉଦେ୍ଦଶ୍ୟରେ ଏ ପ୍ରକାର ସମ୍ମିଳନୀ ଆୟୋଜନ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ ବୋଲି ରାଜ୍ୟପାଳ କହିବା ସହିତ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ । 
କଳିଙ୍ଗର ସାମୁଦ୍ରିକ ନେଟୱାର୍କ  ଭାରତୀୟ ସଂସ୍କୃତି ଏବଂ ଧର୍ମର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । କାମ୍ବୋଡ଼ିଆର ଆଙ୍କର ୱଟ୍ ଏବଂ ଇଣ୍ଡୋନେସିଆର ବୋରୋବୁଦୁର ଭଳି ମନ୍ଦିରଗୁଡିକରେ କଳିଙ୍ଗର ମନ୍ଦିର ସ୍ଥାପତ୍ୟର ପ୍ରଭାବ ଦେଖିବାକୁ ମିଳେ । ସମାରୋହରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଭାରତ ସରକାରଙ୍କ ପୂର୍ବତନ ବୈଦେଶିକ ସଚିବ ଲଳିତ ମାନସିଂହ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ମିଶ୍ର, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପୂର୍ବତନ ପ୍ରଫେସର ପତିତପାବନ ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।