ଭାଲୁ ଆକ୍ରମଣରେ ୨ ଗୁରୁତର

 ନୀଳଗିରି :  ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ନୀଳଗିରି ବ୍ଲକ ଅନ୍ତର୍ଗତ ଆରବନ୍ଧ ପଞ୍ଚାୟତ ଆରବନ୍ଧ ଗ୍ରାମର ଅବକାଶ ନାୟକ (୨୬) ଏବଂ ନିଳୟନ୍ତୀ ବିଶ୍ୱାଳ (୫୦) ସକାଳେ ମର୍ଣ୍ଣିଂ ୱାର୍କ କରିବା ପାଇଁ ଆଗପଛ ହୋଇ ଆରବନ୍ଧ ହାଇସ୍କୁଲ ପାଖକୁ ଯାଇଥିବାବେଳେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଏକ ଭାଲୁ ହାବୁଡ଼ରେ ପ୍ରଥମେ ଅବକାଶ ପଡ଼ିଥିଲେ । ଭାଲୁ ସହିତ ଅବକାଶର କିଛି ସମୟ ଲଢେଇ ଚାଲିଥିଲା । ଏଥିରେ ଭାଲୁଟି କାମୁଡି ଦେବାରୁ ତାଙ୍କର ବାମ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ପଛରେ ଆସୁଥିବା ନିଳୟନ୍ତୀ ମଧ୍ୟ ଭାଲୁ ଆକ୍ରମାଣରେ ଶିକାର ହୋଇଥିଲେ । ଏଥିରେ ନିଳୟନ୍ତୀଙ୍କର ପିଠିରେ ଭାଲୁ କାମୁଡି ଗଭୀତ କ୍ଷତ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ଉଭୟଙ୍କୁ ପ୍ରଥମେ ବରହମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ନୀଳଗିରି ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଖବର ପାଇ ସ୍ଥାନୀୟ ସରପଞ୍ଚ କୁଳମଣି ନାୟକ ହସ୍ପିଟାଲରେ ପହଂଚି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରିଥିଲେ ।